fbpx

Part Time Jobନାଁ ରେ କୋଟି କୋଟି ଟଙ୍କାର ଠକେଇ: ହ୍ୱାଟ୍ସଆପ-ଟେଲିଗ୍ରାମରେ କରୁଥିଲେ ଏମିତି କାମ

ନୂଆଦିଲ୍ଲୀ: ପାର୍ଟ ଟାଇମ ଚାକିରି ନାଁରେ ଲୋକମାନଙ୍କୁ ଠକୁଥିବା କମ୍ପାନୀ ଭିରୁଦ୍ଧରେ ଆକ୍ସନ ନେଇଛି ଇଡି । ଏମିତି ଠକେଇ କରୁଥିବା ମୋଟ ୧୨ଟି ସ୍ଥାନରେ ଏବେ ଚଢାଉ କରିଛି । ଏଥିସହ ୫.୮୫ କୋଟି ଟଙ୍କା ଜବତ କରିଛି ଇଡି । ତେବେ ଏହି ଫର୍ଜି କମ୍ପାନୀ ଚୀନର କିଛି ଲୋକ ଚଳାଉଥିବା ବେଳେ ଭାରତୀୟମାନଙ୍କୁ ଧୋକା ଦେଉଥିଲେ । ଏଜେନ୍ସି ଅନୁସାରେ, କିପ ସେୟାର ନାମକ ଏକ ମୋବାଇଲ ଆପ୍ଲିକେସନ ପ୍ଲେଷ୍ଟୋରରେ ଉପଲବ୍ଧ ରହିଥିଲା ।

ଏହାଦ୍ୱାରା ଲୋକଙ୍କ ହ୍ୱାଟ୍ସଆପ ଏବଂ ଟେଲିଗ୍ରାମରେ ମଧ୍ୟ ମେସେଜ କରାଯାଉଥିଲା । ତେବେ ଏହି ମେସେଜରେ କୁହାଯାଉଥିଲା ଯେ, ଲୋକମାନଙ୍କୁ ପାର୍ଟ ଟାଇମ ଚାକିରି ଦରକାର ତେବେ ନିଜ ମୋବାଇଲରେ କିପ ସେୟାରରେ ଆପ୍ଲିକେସନ ଡାଉନଲୋଡ କରିବା ସହ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କମାଇପାରିବେ । କିନ୍ତୁ ଏହି କମ୍ପାନୀ ଠକାମୀର କାରଣ ପାଲଟିଥିଲା । ତେବେ ଚାଇନିଜ କମ୍ପାନୀ ଏହି କମ୍ପାନୀ ଜରିଆରେ ଲୋକମାନଙ୍କୁ ଧୋକା ଦେଉଥିଲେ । ତେବେ ଏହି କମ୍ପାନୀରେ ଚାଇନିଜ ଭାଷା ଜାଣିଥିବା କିଛି ଭାରତୀୟଙ୍କୁ ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଥିଲା । ଲୋକମାନଙ୍କଠାରୁ ଦସ୍ତାବିଜ ନେଇ ଚାଇନିଜ ମାଲିକମାନଙ୍କୁ ଦେବା ଥିଲା ଏମାନଙ୍କର କାମ । ଯାହାଦ୍ୱାରା ସେମାନଙ୍କ ଡକ୍ୟୁମେଣ୍ଟରେ ବ୍ୟାଙ୍କରେ ଖାତା ଖୋଲାଯାଉଥିଲା ।

ରେଜିଷ୍ଟ୍ରେସନ ନାଁରେ ଲୋକମାନଙ୍କ ପାଖରୁ ଟଙ୍କା ନେଇ ସେଲିବ୍ରିଟିଙ୍କ ଭିଡିଓକୁ ଲାଇକ କରି ସୋସିଆଲ ମିଡିଆରେ ଏହାକୁ ଅପଲୋଡ କରିବା ପାଇଁ କହୁଥିଲେ । ତେବେ ପ୍ରତି ଭିଡିଓରେ ତାଙ୍କୁ ୨୦ ଟଙ୍କାର ପ୍ରତିଶ୍ରୁତି ଦିଆଯାଉତିଲା, ଯାହା କିପ ସେୟାରର ଆପର ୱାଲେଟକୁ ଆସିଥାଏ । ଏହାବ୍ୟତୀତ ଏହି ଆପ ଜରିଆରେ ଇନଭେଷ୍ଟ କରିବା ପାଇଁ ମଧ୍ୟ ଲୋକମାନଙ୍କୁ କୁହାଯାଉଥିଲା ।

ତେବେ କିଛି ଦିନ ପର୍ଯ୍ୟନ୍ତ ଲୋକଙ୍କ ଟଙ୍କା ଏକାଠି କରିବା ପରେ ପ୍ଲେଷ୍ଟୋରରୁ ଆପକୁ ହଟାଇ ଦେଇଥିଲା କମ୍ପାନୀ । ତେବେ ଏହାପରେ କମ୍ପାନୀକୁ ଚୀନ ଚଳାଉଥିବା ନେଇ ସୂଚନା ମିଳିଥିଲା । ବେଙ୍ଗଲୁରୁରେ ଏ ନେଇ ଅଭିଯୋଗ ହେବା ପରେ ଇଡି ମନି ଲଣ୍ଡ୍ରିଙ୍ଗ ମାମଲା ରୁଜୁ କରି ଚଢାଉ କରିଥିଲା ଏବଂ ୫.୮୫ କୋଟି ଟଙ୍କା ଜବତ କରିଛି ଇଡି । ଏଥିସହ ୯୨ ଆରୋପୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିବା ବେଳେ ଏଥିରୁ ୬ ଜଣ ଚୀନ ଏବଂ ତାଇବାନର ଥିବା ଜଣାଯାଇଛି ।

Get real time updates directly on you device, subscribe now.