fbpx

ବନ୍ଦେ ଭାରତ ଟ୍ରେନରେ ଯାତ୍ରା ପାଇଁ ଦେବାକୁ ହେବ ଏତିକି ଭଡ଼ା: ଜାଣନ୍ତୁ କେତେ?

ନୂଆଦିଲ୍ଳୀ: ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ରେଲୱେ ବିଭାଗ ତରଫରୁ ବଡ଼ ସୂଚନା ଦିଆଯାଇଛି । ରେଲୱେ ତୃତୀୟ ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିଛି । ଯଦି ଆପଣ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ତେବେ ଆପଣ ଏହା ପୂର୍ବରୁ ଜାଣି ରଖନ୍ତୁ ଯେ ଆପଣଙ୍କୁ କେତେ ଭଡ଼ା ଦେବାକୁ ହେବ । ରେଲୱେ ବିଭାଗ ତରଫରୁ ଏହି ଟ୍ରେନ୍ ଭଡ଼ାର ଲିଷ୍ଟ ଜାରି କରାଯାଇଛି ।

ରେଲୱେ ତରଫରୁ ଦେଶର ତୃତୀୟ ବନ୍ଦେଭାରତ ଏକ୍ସପ୍ରେସ ଗାନ୍ଧୀନଗର-ମୁମ୍ବାଇ ମଧ୍ୟରେ ଯାତ୍ରା କରୁଛି । ଏହା ପୂର୍ବରୁ ପିଏମ ମୋଦୀ ଫେବୃଆରୀ ଏବଂ ଅକ୍ଟୋବର ୨୦୧୯ ରେ ବି ୨ଟି ଟ୍ରେନ୍ ଉଦଘାଟନ କରିସାରିଛନ୍ତି । ଏହି ୨ ଟ୍ରେନ୍ ନୂଆଦିଲ୍ଲୀରୁ ବାରଣାସୀ ଏବଂ କଟରା ମଧ୍ୟରେ ଚାଲୁଛି । ଗାନ୍ଧୀନଗର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ୬ ଘଣ୍ଟା ଏବଂ ୩୦ ମିନିଟ୍ ରେ ପ୍ରାୟ ୫୪୦ କିମି ଦୂରତା ଯାତ୍ରା କରୁଛି । ସେହିଭଳି ବନ୍ଦେ ଭାରତ ୨.୦ ୧୨୯ ସେକେଣ୍ଡରେ ୧୬୦ କିମି ପ୍ରତି ଘଣ୍ଟା ବେଗରେ ଚାଲିପାରେ ।

ଏହି ଟ୍ରେନର ସଞ୍ଚାଳୟ ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ହେବ । ବନ୍ଦେ ଭାରତ ଏକ୍ସପ୍ରେସ ଗାନ୍ଧୀନଗର ରାଜଧାନୀ ଏବଂ ମୁମ୍ବାଇ ସେଣ୍ଟ୍ରାଲ ମଧ୍ୟରେ ସପ୍ତାହରେ ୬ ଦିନ ଚାଲିବ । ବନ୍ଦେ ଭାରତ ଟ୍ରେନରେ ୧୬ କୋଚ୍ ରହିଛି । ଯେଉଁଥିରେ ୧୧୨୮ ଯାତ୍ରୀ ବସି ଯାତ୍ରା କରିପାରିବେ । ରେଲୱେ କହିଛି ଯେ ଏହି ଟ୍ରେନରେ ଏସି ଚେୟାର କାର ଏବଂ ଏକ୍ସିକ୍ୟୁଟିଭ୍ ଚେୟାର କାର୍ ସିଟ୍ ର ସୁବିଧା ମିଳିବ । ଯଦି ଆପଣ ଏକ୍ସିକ୍ୟୁଟିଭ୍ ଚେୟାର କାରରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ୧୦୮ ଡିଗ୍ରୀ ବୁଲିବାର ସୁବିଧା ମିଳିବ ।

ତେବେ ଟ୍ରେନର ଭଡ଼ା କଥା କହିଲେ ରେଲୱେ ତରଫରୁ କୁହାଯାଇଛି ଯେ ମୁମ୍ବାଇ ଏବଂ ଗାନ୍ଧୀନଗର ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ଚେୟାର କ୍ଲାସ୍ ରେ ଯାତ୍ରା କରିବା ଦ୍ୱାରା ୧୩୮୫ ଟଙ୍କା ଏବଂ ଏକ୍ସିକ୍ୟୁଟିଭ ଶ୍ରେଣୀର ଯାତ୍ରା ପାଇଁ ୨୫୦୫ ଟଙ୍କା ଟିକେଟ ଦେବାକୁ ହେବ । ଯଦି ଯାତ୍ରା ଭଡ଼ା କଥା କହିଲେ ତେବେ ତାହା ଗାନ୍ଧୀନଗରରୁ ମୁମ୍ବାଇର ୯୭୪ ଟଙ୍କା ଏବଂ ମୁମ୍ବାଇରୁ ଗାନ୍ଧୀନଗର ୯୭୫ ଟଙ୍କା ରହିଛି ।

Get real time updates directly on you device, subscribe now.