fbpx

ରାଜ୍ୟଗୁଡିକୁ କେନ୍ଦ୍ର ସରକାରଙ୍କ ଚେତାବନୀ: ବଳକା ବିଜୁଳି ଅଛି ତ ଆମକୁ ଜଣାନ୍ତୁ, ନଜଣାଇ ବିକ୍ରି କଲେ…

ନୂଆଦିଲ୍ଲୀ : ଦେଶରେ ଶକ୍ତି ସଙ୍କଟ ଗମ୍ଭୀର ହେବାରେ ଲାଗିଛି । ଅନେକ ରାଜ୍ୟରେ କୋଇଲାର ଘୋର ଅଭାବ କାରଣରୁ ଥର୍ମାଲ ପାୱାର ପ୍ଲାଣ୍ଟ ଠପ୍ ହୋଇ ଯାଇଛି । ବିଜୁଳି ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟଗୁଡିକ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଗୁହାରି କରୁଛନ୍ତି । ଏହା ମଧ୍ୟରେ ଭାରତ ସରକାର ବିଜୁଳି ସଙ୍କଟ ଦୂର କରିବା ପାଇଁ ଅଣ୍ଟା ଭିଡିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛ ଯେ, ସେମାନେ ଉପଭୋକ୍ତାଙ୍କୁ ବିଜୁଳ ବିତରଣ କରନ୍ତୁ ଏବଂ ବଳକା ବିଜୁଳିର ସୂଚନା କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ ।

କେନ୍ଦ୍ର ସରକାର ମଙ୍ଗଳବାର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ନିଜର ବଳକା ବିଜୁଳି ସଂପର୍କରେ କେନ୍ଦ୍ରକୁ ଅବଗତ କରାନ୍ତୁ । ଏହି ବଳକା ବିଜୁଳିକୁ ଅଭାବୀ ରାଜ୍ୟକୁ ବିତରଣ କରାଯିବ । ବଳକା ବିଜୁଳିକୁ ରାଜ୍ୟ ସରକାର ବିକ୍ରି କରି ପାରିବେ ନାହିଁ । ଯଦି ଏମିତି କରି ଧରା ପଡନ୍ତି ତେବେ ରାଜ୍ୟର ବିଜୁଳି କୋଟା କମାଇ ଦିଆଯିବ କିମ୍ବା ବିଜୁଳି ଅଭାବ ରାଜ୍ୟଗୁଡିକୁ ଏହା ବାଣ୍ଟି ଦିଆଯିବ ।

କେନ୍ଦ୍ର ସରକାର ଚାହିଦା ଅନୁଯାୟୀ ଦିଲ୍ଲୀର ବିତରଣ କମ୍ପାନୀଗୁଡିକୁ ବିଜୁଳି ଯୋଗାଇବାକୁ ଏନଟିପିସି ଏବଂ ଡିଭିସିକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର କହିଛନ୍ତି, ଗତ ୧୦ ଦିନରେ ଦିଲ୍ଲୀ ଡିସ୍କମକୁ ଦିଆଯାଇଥିବା ବିଜୁଳିର ସମୀକ୍ଷା କରାଯାଉ ଏବଂ ଏହାର ବିଜୁଳି ଯୋଗାଣ ସୁରକ୍ଷିତ ଏବଂ ସୁନିଶ୍ଚିତ କରାଯାଉ ।

Get real time updates directly on you device, subscribe now.