fbpx

କଣ ଆପଣଙ୍କ ଫୋନରେ ଭାଇରସ୍ ଅଛି କି? ଏହି ଉପାୟରେ ଡିଭାଇସରୁ କରନ୍ତୁ ମାଲୱେୟରକୁ ରିମୁଭ୍

ନୂଆଦିଲ୍ଲୀ: କମ୍ପ୍ୟୁଟରରେ ଭାଇରସ୍ ରହିବା ସାଧାରଣ କଥା ହୋଇଗଳଶଣି । ହେଲେ ଏବେ ଏହା ମୋବାଇଲ୍ ଫୋନ୍ ରେ ପହଞ୍ଚିଯାଇଛି । ସାଇବର୍ ହ୍ୟାକର୍ ମାନେ ମାଲିସିୟସ୍ ସଫ୍ଟୱେୟାର୍ ଜରିଆରେ ଫୋନ୍ ର ସବୁ ତଥ୍ୟ ଚୋରି କରିନେଉଛନ୍ତି । ଆଉ ସେସବୁ ତଥ୍ୟକୁ ଡାର୍କ ୱେବ୍ ରେ ବିକ୍ରି କରୁଛନ୍ତି । ଏହାଦ୍ୱାରା ଫୋନ୍ ବ୍ୟବହାରକାରୀଙ୍କୁ କ୍ଷତି ସହିବାକୁ ପଡ଼ୁଛି । ଅଧିକାଂଶ ଆଣ୍ଡ୍ରଏଡ୍ ଡିଭାଇସ୍ ମାଲୱେୟର୍ କୁ ନେଇ ସୁରକ୍ଷିତ ବୋଲି ଭାବନ୍ତି । ହେଲେ ଏହା ପୂରା ସତ ନୁହେଁ । ହେଲେ କଣ ଆପର ଜାଣିଛନ୍ତି କି ଆପଣଙ୍କ ଫୋନ୍ ରେ ଭାଇରସ୍ ଅଛି କି ନାହିଁ ?

ତେବେ ଏହାର କୌଣସି ସ୍ପଷ୍ଟ ଉତ୍ତର ନଥିବ । ଆଣ୍ଟିଭାଇରସ୍ କମ୍ପାନୀ ଗୁଡ଼ିକ ଅନୁସାରେ, ମାଲୱେୟର୍ ଅନେକ ଗୁଡ଼ିଏ ଟାସ୍କକୁ ରିପିଟ୍ କରିଥାଏ । ଯାହା ଆପଣଙ୍କ ଫୋନ୍ ର ରିସୋର୍ସକୁ ବ୍ୟବହାର କରିଥାଏ । ତେବେ ଚାଲନ୍ତୁ ଜାଣିବା କିପରି ଜାଣିବେ ଯେ, ଆପଣଙ୍କ ଫୋନ୍ ରେ ଭାଇରସ୍ ରହିଛି କି ନାହିଁ ।

ଯଦି ଆପଣଙ୍କ ଫୋନରେ ଭାଇରସ୍ ରହିଛି ତେବେ ଆପଣଙ୍କ ଡାଟା ଖୁବ୍ ଶୀଘ୍ର ସରିଯିବ । ଆପଣଙ୍କ ଫୋନ୍ ର ବ୍ୟାଟେରୀ ଖୁବ୍ ଶୀଘ୍ର ସରିଯିବ । ଆପଣଙ୍କ ଫୋନରେ ଲଗାତର ପପଅପ୍ ଆଡ୍ ମେସେଜ୍ ଆସିବ । ଯାହା ଆପଣଙ୍କ ଫୋନ୍ ପାଇଁ ଆଦୌ ସୁରକ୍ଷିତ ନୁହେଁ । ତେବେ ଏହାକୁ ରୋକିବା ପାଇଁ ଆପର ଆଣ୍ଟି ଭାଇରସ୍ ଡାଉନଲୋଡ୍ କରିପାରିବେ । ଆଉ ଯଦି ତାହା ବି ହୋଇପାରୁନି ତେବେ ଆପଣ ଫ୍ୟାକ୍ଟ୍ରି ରିଷ୍ଟାଷ୍ଟ୍ ଅପସନ୍ ଆପଣଙ୍କ ପାଖରେ ରହିଛି ।

Get real time updates directly on you device, subscribe now.