fbpx

ସମୁଦ୍ର କୂଳରେ ଜମି ଲିଜ୍ ରେ ଦେବାକୁ କେନ୍ଦ୍ରର ପ୍ରସ୍ତୁତି: ରାଜସ୍ୱ ସହ ବଢ଼ିବ ପବନ ଶକ୍ତି ଉତ୍ପାଦନ…

ନୂଆଦିଲ୍ଲୀ: ୨୦୭୦ ସୁଦ୍ଧା ଶୂନ୍ୟ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ତଥା ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ ଦେବା ପାଇଁ ଦେଶର ସମୁଦ୍ର କୂଳରେ ପବନ ଶକ୍ତି ଉତ୍ପାଦନ ପାଇଁ ଜମି ଲିଜରେ ଦେବାପାଇଁ ଯୋଜନା କରିଛନ୍ତି । ଏହାଦ୍ୱାରା ଦେଶରେ ବିଜୁଳି ଉତ୍ପାଦନ ବଢ଼ିବ ଏହା ସହ ସରକାରଙ୍କ ଆୟ ମଧ୍ୟ ବଢ଼ିବ । ସରକାରଙ୍କ ଏହି ଯୋଜନାକୁ ପ୍ରଥମେ ତାମିଲନାଡୁ ଏବଂ ଗୁଜରାଟରେ ଲାଗୁ କରାଯିବ । ଭାରତ ପାଖରେ ୭,୬୦୦ କିଲେମିଟର ସମୁଦ୍ର ତଟ ରହିଛି । ସରକର ଲିଜ୍ ରେ ଦେବା ପାଇଁ ଜମିର ପ୍ରାରମ୍ଭିକ ଦାମ୍ ୧ ଲକ୍ଷ ଟଙ୍କା ପ୍ରତି ବର୍ଗଫୁଟ୍ କିଲୋମିଟର ନିର୍ଦ୍ଧାରିତ କରିଛନ୍ତି ।

ସରକାର ୨୦୧୫ରେ ନାସନାଲ ଅଫଶେୟାର ୱିଣ୍ଡ ଏନର୍ଜୀ ପଲିସି ଆଣିଥିଲେ । କିନ୍ତୁ ଏହି ଯୋଜନା ଉପରେ କୌଣସି କାମ ହୋଇନଥିଲା । କେନ୍ଦ୍ର ନବୀକରଣ ଶକ୍ତି ମନ୍ତ୍ରୀ ରାଜ କୁମାର ସିଂହ କହିଛନ୍ତି ଯେ ଏହି ଯୋଜନା ଅନୂଯାୟୀ ଗୁଜରାଟ ଏବଂ ତାମିଲନାଡୁରେ ୨ ଜିୱା ପବନ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି । ଏଥିପାଇଁ ଖୁବଶୀଘ୍ର ନିଲାମୀ ଆମନ୍ତ୍ରିତ କରାଯିବ । ଏକ ରିପୋର୍ଟ ଅନୁଯାୟୀ, ନବୀକରଣ ଶକ୍ତି ମନ୍ତ୍ରୀ ରାଜ କୁମାର ସିଂହ କହିଛନ୍ତି ଯେ ପବନ ଶକ୍ତି ଫାର୍ମ ସ୍ଥାପିତ କରିବା ପାଇଁ ସରକାର ଯୋଜନା କରିଛନ୍ତି ।

ଏଥିପାଇଁ ସବୁ ଆବଶ୍ୟକୀୟ  ମଞ୍ଜୁରୀ ମଧ୍ୟ ମିଳିସାରିଛି । ଏହି ପରିଯୋଜନା ପାଇଁ ଭିଜିଏଫ୍ ରୁଟ୍ ରେ କମ୍ପାନୀମାନେ ବିଡ୍ ଲଗାଇପାରିବେ । ମନ୍ତ୍ରାଳୟ ପ୍ରତି ୟୁନିଟ୍ ଟାରିଫ୍ ଧାର୍ଯ୍ୟ କରିବେ । ସେହି ଅନୂଯାୟୀ ବିଡ୍ ଲଗାଯିବ । ଗୁଜରାଟ ଏବଂ ତାମିଲନାଡୁ ଉଭୟ ଏହି ପରିଯୋଜନାକୁ ସ୍ଥାପିତ କରିବାପାଇଁ ଇଚ୍ଛୁକ । ଏହି ଆଧାରରେ ପ୍ରଥମେ ୨୦୦୦ ମେଗାୱଟ ଉତ୍ପାଦନ କ୍ଷମତାର ପ୍ଲାଣ୍ଟର ଗୁଜରାଟରେ ଲଗାଯିବ । ଏହାପରେ ତାମିଲନାଡୁରେ ମଧ୍ୟ ଫାର୍ମ ଲଗାଯିବ । କିନ୍ତୁ ସେଥିପାଇଁ ମନ୍ତ୍ରାଳୟ ସର୍ଭେ ଏବଂ ଅନ୍ୟ ଜରୁରୀ ମଞ୍ଜୁରୀ ହାସଲ କରିବେନି । ଏଠାରେ ସରକାର ସିଧା ସମୁଦ୍ର କୂଳରେ ଜମି ଲିିଜ୍ ରେ ଦେବେ । ବାକି ସବୁ କାମ କମ୍ପାନୀକୁ ନିଜେ କରିବାକୁ ହେବ ।

ରାଜ କୁମାର ସିଂହଙ୍କ କହିବା ଅନୂଯାୟୀ ସାମୁଦ୍ରିକ ଅଞ୍ଚଳରେ ୱିଣ୍ଡ୍ ଫାର୍ମ ସ୍ଥାପିତ କରୁଥିବା କମ୍ପାନୀ ସିଧାସଳଖ ବିଜୁଳି ବିକ୍ରି କରିପାରିବେ । ପବନ ଶକ୍ତିରେ ବିଜୁଳି ଉତ୍ପାଦନରେ ଖର୍ଚ୍ଚ କମ୍ ହୋଇଥାଏ । ଏଥିପାଇଁ ଇଣ୍ଡଷ୍ଟ୍ରି ମାଧ୍ୟମରେ କମ୍ ଦାମରେ ବିଜୁଳି ଦିଆଯାଇପାରେ । ଏହାଦ୍ୱାରା ୱିଣ୍ଡ୍ ଫାର୍ମ ଲଗାଉଥିବା କମ୍ପାନୀଙ୍କୁ ବିଜୁଳି ବିକିବାରେ କୌଣସି ଅସୁବିଧା ହେବନାହିଁ ।

Get real time updates directly on you device, subscribe now.