fbpx

ମହିଳାଙ୍କ ପାଇଁ ଦୌଡ଼ିବା ଲାଭଦାୟକ, କିନ୍ତୁ ପୁରୁଷଙ୍କ ପାଇଁ ହୋଇପାରେ ମାରାତ୍ମକ: ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ହାର୍ଟ ରୋଗ ଅନେକ କାରଣରୁ ହୋଇଥାଏ, ଯେଉଁଥିରେ ଜେନେଟିକ୍, ଖରାପ ଜୀବନଶୈଳୀ, ଖାଦ୍ୟ-ପେୟ ଓ ଆବଶ୍ୟକତାଠାରୁ ଅଧିକ ଶାରୀରିକ ଓ ମାନସିକ ଚାପ ମୁଖ୍ୟ ରୂପରେ ସାମିଲ ରହିଛି । ୨୦୨୧ରେ ଜାରି ଡବ୍ଲଚଏଚଓର ଏକ ରିପୋର୍ଟରେ ସାମ୍ନାକୁ ଆସିଛି କି, ବିଶ୍ୱରେ ୧୭.୯ ମିଲିୟନ୍ ଲୋକ ପ୍ରତିବର୍ଷ ହାର୍ଟ ଆଟାକରେ ମୃତ୍ୟୁବରଣ କରୁଛନ୍ତି ।

ନିକଟରେ ସେଣ୍ଟ ବାର୍ଥୋଲୋମି ହସ୍ପିଟାଲ୍, ସେଣ୍ଟ ଜର୍ଜ ହସ୍ପିଟାଲ୍ ଏବଂ ୟୁନିଭରସିଟି କଲେଜ ଲଣ୍ଡନରେ ବାର୍ଟସ୍ ହାର୍ଟ ସେଣ୍ଟର୍ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନ ଅଧ୍ୟୟନରେ ଦୌଡ଼ିବା ଏବଂ ହୃଦଘାତ ମଧ୍ୟରେ ସମ୍ବନ୍ଧ ସାମ୍ନାକୁ ଆସିଛି । ଏହି ଅଧ୍ୟୟନରେ କୁହାଯାଇଛି ଯେ, ମହିଳା ଏବଂ ପୁରୁଷଙ୍କ ପାଇଁ ଦୌଡ଼ିବା ସମାନ ଲାଭଦାୟକ ନୁହେଁ ।

ଦୌଡ଼ୁଥିବା ପୁରୁଷମାନଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ । ଏହି ଅଧ୍ୟୟନ ଅନୁଯାୟୀ, ଅନେକ ଦୂରତା ପର୍ଯ୍ୟନ୍ତ ଦୌଡ଼ିବା ପୁରୁଷଙ୍କ ପାଇଁ ମାରାତ୍ମାକ ପ୍ରମାଣିତ ହୋଇପାରେ । ଏହା ପୁରୁଷମାନଙ୍କୁ ହୃଦଘାତ ଏବଂ ଷ୍ଟ୍ରୋକ ପ୍ରତି ଅଧିକ ସମ୍ବେଦନଶୀଳ କରିଥାଏ । କିନ୍ତୁ ଦୌଡ଼ିବା ମହିଳାମାନଙ୍କ ପାଇଁ ଅଧିକ ଲାଭଦାୟକ । ରିପୋର୍ଟରେ କୁହାଯାଇଛି କି ପୁରୁଷଙ୍କ କ୍ଷେତ୍ରରେ, ସେମାନଙ୍କର ପ୍ରମୁଖ ଧମନୀ ଅପେକ୍ଷା ଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ, ଯେଉଁଥିରେ ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥାଏ ।

ବିଶେଷଜ୍ଞମାନଙ୍କ ମତରେ, ଯଦି ଆପଣ ଠିକ୍ ଭାବରେ ଦୌଡ଼ନ୍ତି, ତେବେ ତାହା କେବେ ଭୁଲ ହୋଇନଥାଏ । ପ୍ରଭାବୀ ଢ଼ଙ୍ଗରେ ଦୌଡ଼ିବା ପାଇଁ ଉଚିତ୍ ପୋଷାକ ଓ ଜୋତା ସମସ୍ତଙ୍କ ପାଇଁ ଆବଶ୍ୟକ । ମହିଳାଙ୍କୁ ସ୍ପୋର୍ଟ୍ସ ବ୍ରା ପିନ୍ଧିବା ଉଚିତ୍ । ଆରମ୍ଭରେ ଅଧିକ ଦୂର ପର୍ଯ୍ୟନ୍ତ ଦୌଡ଼ିବା ଠିକ୍ ନୁହେଁ । ପ୍ରଥମେ ନିଜ ଶରୀରକୁ ସେହି ଭାବରେ ତିଆରି କରନ୍ତୁ ଓ ପରେ ଆଗକୁ ବଢ଼ିବା ଆରମ୍ଭ କରନ୍ତୁ । ଦୌଡ଼ିବା ସମୟରେ ଅଚାନକ୍ ଅଟକି ଯାଆନ୍ତୁ ନାହିଁ, ବରଂ ଧିରେ ଧିରେ ଗତିକୁ କମାନ୍ତୁ ।

world heart day 2022,heart care tips,running good for women,what is world heart day celebrated for,what is the main cause of a heart attack,what day is heart awareness day,what are the side effects of running everyday,what are the 8 symptoms of a heart attack,heart care tips,health heart tips ,

ଅଧିକ ଦୌଡ଼ିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ବିଶେଷଜ୍ଞଙ୍କଚହିବା ମୁତାବକ, ଅତ୍ୟଧିକ ନୌଡ଼ିବା ଦ୍ୱାରା ତଳର ଫାସସିଟିସ୍ ହୋଇପାରେ । ଏକ ପ୍ରକାର ଫୁଲା, ଯାହା ଗୋଇଠି ମୂଳରେ ପ୍ରବଳ ଯନ୍ତ୍ରଣା ଦେଇଥାଏ । ଅତ୍ୟଧିକ ବ୍ୟାୟାମ ମଧ୍ୟ ରୋଗ ପ୍ରତିରୋଧକ କ୍ଷମତାକୁ ଦୁର୍ବଳ କରିପାରେ ଏବଂ ଜଣେ ବ୍ୟକ୍ତିଙ୍କୁ ସଂକ୍ରମଣର ଶିକାର କରାଇପାରେ । ଏହା ବ୍ୟକ୍ତିର ଭୋକକୁ ମଧ୍ୟ ପ୍ରଭାବିତ କରିଥାଏ । ଯଦି ଆପଣଙ୍କ ଗୋଡ ବା ଗଣ୍ଠିରେ ଲାଗତାର ଯନ୍ତ୍ରଣା ହେଉଛି, ତେବେ ଦୌଡ଼ିବା ବନ୍ଦ କରି ସାଇକେଲ ଚଳାଇବା ଓ ପହଁରିବା ଭଳି ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.