fbpx

ବୁଲବୁଲ ପାଇଁ କେନ୍ଦ୍ରର ୫୫୨ କୋଟି ସହାୟତା

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ବାତ୍ୟା ବୁଲବୁଲ ପାଇଁ କେନ୍ଦ୍ର ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ପାଇଁ କେନ୍ଦ୍ରୀୟ ସହାୟତା ରାଶି ଘୋଷଣା ହୋଇଛି । ଓଡିଶାକୁ ୫୫୨ କୋଟି ଟଙ୍କା ଓ ପଶ୍ଚିମବଙ୍ଗ ପାଇଁ ୪୧୪.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ କେନ୍ଦ ଏହି ସହାୟତା ରାଶି ପ୍ରଦାନ କରଛି ।

ତେବେ ପୂର୍ବରୁ ‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘୋଷଣା ଅନୁସାରେ ଅଣ ଜଳସେଚିତ ଜମି ପାଇଁ ୩୩ ପ୍ରତିଶତ ବା ଅଧିକ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି ଦିଆଯିବ । ଜଳସେଚିତ ଜମିରେ ଏହି ସହାୟତା ପରିମାଣ ହେକ୍ଟର ପିଛା ୧୩ ହଜାର ୫ ଶହ ଟଙ୍କା ଓ ସବୁଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ଆଂଶିକ କ୍ଷତି ହୋଇଥିବା ଡଙ୍ଗା ପାଇଁ ୪ ହଜାର ୧ଶହ ଟଙ୍କା, ଆଂଶିକ କ୍ଷତି ହୋଇଥିବା ଜାଲ ପାଇଁ ୨୧ ଶହ ଟଙ୍କା, ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୯ ହଜାର ୬ଶହ ଟଙ୍କା ଓ ସଂପୂର୍ଣ୍ଣ ନଷ୍ଟହୋଇଥିବା ଜାଲ ପାଇଁ ୨୬ ଶହ ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଛା ୧୨ ହଜାର ୨ ଶହ ଓ ଇନ୍‌ପୁଟ୍‌ ସବ୍‌ସିଡି ଭାବରେ ହେକ୍ଟର ପିଛା ୮ ହଜାର ୨ଶହ ଟଙ୍କା ସହାୟତା ପ୍ରଦାନ କରାଯିବ । କ୍ଷୀର ଦେଉଥିବା ଗାଈ ଓ ମଇଁଷି ପାଇଁ ମଧ୍ୟ ସହାୟତା ଘୋଷଣା ହୋଇଥିଲା । କ୍ଷୀର ଦେଉଥିବା ପ୍ରତି ପ୍ରାଣୀ ପାଇଁ ୩୦ ହଜାର ଟଙ୍କା ଓ କ୍ଷୀର ଦେଉ ନଥିବା ପ୍ରାଣୀ ପାଇଁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

Get real time updates directly on you device, subscribe now.