fbpx

ଅଶ୍ଳୀଳ ଫଟୋ ଭାଇରାଲ, ଯୁବକ ଗିରଫ

ନିଆଳି, ୩ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ନାରୀ ଦୁଷ୍କର୍ମ ହେଉ କିମ୍ବା ଅଶ୍ଳିଳ ଭିଡ଼ିଓ, ଫଟୋ ଭାଇରାଲ ଘଟଣା, ଏହା ବଢ଼ିବାରେ ଲାଗିଛି । ଆମ ରାଜ୍ୟ ନୁହେଁ ବରଂ ସାରା ଦେଶ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଦୈନଦିନ ଏହିପରି କଦର୍ଯ୍ୟ କାଣ୍ଡ କରୁଛନ୍ତି କିଛି ନଷ୍ଟ ଚରିତ୍ର ଓ ମାନସିକ ବକୃତ ।

ଏହାରି ମଧ୍ୟରେ ଆଜି ସେହିପରି କଟକ ସ୍ଥିତ ନିଆଳି ଗ୍ରାମରେ ଏକ ଲଜ୍ଜାକାର ଘଟଣା ଘଟିଥିବା ସାମ୍ନାକୁ ଆସିଛି । ସେଠାରେ ଏକ ନର୍ସିଂ ହୋମ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାର ଅଭିଯୋଗ ପରେ ନିଆଳି ପୋଲିସ ଦ୍ୱାରା ଅଭିଯୁକ୍ତ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି । ସେହି ଯୁବକ ଜଣକ ବିବାହର ପ୍ରତିଶୃତି ଦେଇ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ସେହି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ କରିଥିବାରୁ ସେ ଗିରଫ ହୋଇଥିବା ଜଣାପଡ଼ିଛି ।

 

Get real time updates directly on you device, subscribe now.