fbpx

କ୍ରିକେଟର ମିତାଲିଙ୍କ ବାୟୋପିକ୍‌ରେ ନଜର ଆସିବେ ତାପସୀ

ମୁମ୍ବାଇ,୩ ।୧୨:  ଭାରତୀୟ ମହିଳା କ୍ରିକେଟ ଦଳର ଚର୍ଚ୍ଚିତ ଖେଳାଳି ତଥା ଓ୍ୱିକେଟ୍ କିପର ମିତାଲି ରାଜଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ମିତାଲିଙ୍କ ୩୭ ତମ ଜନ୍ମଦିନ ଅବସରରେ ତାଙ୍କ ବାୟୋପିକ୍‌ର ଘୋଷଣା କରାଯାଇଛି । ଏଥିରେ ତାଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ । ଫିଲ୍ମର ନାଁ ରଖାଯାଇଛି ‘Shabaash Mithu‘। ଏହି ଫିଲ୍ମରେ ମିତାଲିଙ୍କ ଚରିତ୍ରରେ ଅଭିନୟ କରିବେ ତାପସୀ ପନ୍ନୁ। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ରାହୁଲ ଢୋଲକିଆ । ଏନେଇ ତାପସୀ ଆଜି ସୋଶାଲ୍‌ ମିଡିଆରେ ଏକ ଫଟୋ ପୋଷ୍ଟ୍‌ କରିଛନ୍ତି, ଯେଉଁଥିରେ ସେ ମିତାଲିଙ୍କ ଜନ୍ମଦିନ ପାଳନ କରୁଥିବାର ନଜର ଆସିଛନ୍ତି । ଏହା ସହ ଅନ୍ୟ ଫଟୋରେ ନିର୍ଦ୍ଦେଶକ ରାହୁଲ ଢୋଲକିଆଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ମିତାଲି ମାତ୍ର ୧୭ ବର୍ଷ ବୟସରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବେଳେ ପ୍ରଥମରୁ ହିଁ ୧୧୪ ରନ୍‌ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ମିତାଲି ରାଜ ଆନ୍ତର୍ଜାତିକ କ୍ରିକେଟରେ ୨୦ ବର୍ଷ ପୂରଣ କରିଛନ୍ତି ।

Get real time updates directly on you device, subscribe now.