fbpx

ବଢ଼ିଲା ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ବିକ୍ରି ଅବଧି

Advertisement

ପୁରୀ,୩ା୧୨(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ବିକ୍ରୟ ଅବଧିକୁ ବୃଦ୍ଧି କରାଯାଇଛି । ଡିସେମ୍ବର ୯ଯାଏଁ ସ୍ୱେଚ୍ଛାକୃତ ଘରୋଇ ଜମି ବିକ୍ରି ସୀମାକୁ ବୃଦ୍ଧି କରାଯାଇଛି । ବତ୍ତର୍ମାନ ସୁଦ୍ଧା ୭୫% ଜମି ସ୍ଥାନୀୟ ବାସିନ୍ଦା ସ୍ୱେଚ୍ଛାକୃତ ଭାବେ ସରକାରଙ୍କୁ ଦେଇଛନ୍ତି । ଗତକାଲି ସୁଦ୍ଧା ୧୦୬ଟି ପ୍ଲଟ୍ ପାଇଁ ୮୦ଟି ବିକ୍ରି କବଲା ହୋଇଛି ।


ଉଲ୍ଲେଖଯୋଗ୍ୟ ଯେ ଶ୍ରୀମନ୍ଦିରର ୭୫ମି ପରିସର ମଧ୍ୟରେ ସ୍ଥାବର ସମ୍ପତି ଦେବାକୁ ନିବେଦନ କରାଯାଇଥିଲା । ୪୦ଦିନରେ ସ୍ୱେଚ୍ଛାକୃତ ଭାବେ ପାଖାପାଖି ୭୫% ଘରୋଇ ଜମି ସଂଗ୍ରହ ହୋଇଥିଲା । ଏହାପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ଜମି ସଂଗ୍ରହ ହୋଇଥିଲା । ସାରାଦେଶରେ ଜମି ଅଧିଗ୍ରହଣରେ ଏହା ଏକ ଅଦ୍ଭୁତପୂର୍ବ ସଫଳତା ମିଳିଛି । ମହାପ୍ରଭୁ ଓଡ଼ିଆ ଜାତିର ସବୁକିଛି, ସେ ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବୋଲି ଜମି ପ୍ରଦାନକାରୀ କହିଛନ୍ତି ।

Get real time updates directly on you device, subscribe now.