fbpx

ଡିଏମୟୁ ଟ୍ରେନରେ ଲାଗିଲା ନିଆଁ

ମୟୁରଭଞ୍ଜ,୩ ।୧୨(ଓଡିଶା ଭାସ୍କର): ବାଙ୍ଗିରିପୋଷି-ବାଲେଶ୍ୱର ଡିଏମୟୁ ଟ୍ରେନରେ ଲାଗିଲା ନିଆଁ । ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଷ୍ଟେସନରେ ହିଁ ଘଟିଛି ଏହି ଅଗ୍ନିକାଣ୍ଡ । ସର୍ଟସର୍କିଟ ଯୋଗୁଁ ଟ୍ରେନ୍ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତଦନ୍ତ ପାଇଁ ଘଟଣାସ୍ଥଳରେ ଉଚ୍ଚପଦସ୍ଥ ଅଧିକାରୀମାନେ ପହଞ୍ଚିଛନ୍ତି । ଏହି ଅଗ୍ନିକାଣ୍ଡ ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି, ତାହାର ସୂଚନା ମିଳିପାରିନାହିଁ ।

Get real time updates directly on you device, subscribe now.