fbpx

ଫେଲ୍ ମାରିଲେ ନାସା ଓ ଇସ୍ରୋ: ଚନ୍ଦ୍ରରେ ବିକ୍ରମର ଭଗ୍ନାବଶେଷ ଖୋଜି ପାଇଲେ ଏହି ଭାରତୀୟ

ନୂଆଦିଲ୍ଲୀ,୩ ।୧୨: ଚନ୍ଦ୍ରଯାନ-୨ ମିଶନର ବିକ୍ରମ ଲ୍ୟାଣ୍ଡର ଭଗ୍ନାବଶେଷ ଆଜି ମିଳିଥିବା ବେଳେ ଜଣେ ଭାରତୀୟଙ୍କ ଚର୍ଚ୍ଚା ସାରା ଦୁନିଆରେ ହେଉଛି । ସେ ହେଉଛନ୍ତି ୩୩ ବର୍ଷିୟା ଶନମୁଗା ସୁବ୍ରମଣ୍ୟମ୍ । ସେ ନାସା ଦ୍ୱାରା ଜାରି କରାଯାଇଥିବା ଫଟୋ ଉପରେ ରିସର୍ଚ୍ଚ କରି ବିକ୍ରମ ଲ୍ୟାଣ୍ଡର କେଉଁଠାରେ ପଡିଛି ବୋଲି ସୂଚନା ଦେଇଥିଲେ ।

ତେବେ ସୁବ୍ରମଣ୍ୟମ୍ ଜଣେ ମେକାନିକାଲ ଇଞ୍ଜିନିୟର ହୋଇଥିବା ବେଳେ ସେ ଚେନ୍ନାଇର ଗୋଟିଏ ଆଇଟି ଫର୍ମରେ ଆର୍କିଟେକ୍ଟର ଭାବେ କାମ କରୁଛନ୍ତି । ଏହା ସହ ସେ ଜଣେ ଆପ୍ ଡେଭଲପର୍ ଭାବେ ମଧ୍ୟ କାମ କରନ୍ତି । ସେ କଲେଜ ପଢିଲା ବେଳେ ତିରୁଅନନ୍ତପୁରରେ ଇସ୍ରୋର ରକେଟ୍ ଲଞ୍ଚ ଦେଖିଥିଲେ । ଯାହାକୁ ଦେଖିବା ପରେ ତାଙ୍କ ମନରେ ଉତ୍ସାହ ଜାତ ହୋଇଥିଲା ଓ ସେବେଠାରୁ ସେ ସର୍ବଦା ରକେଟ୍, ସ୍ପେସ ଟେକ୍ନୋଲଜି ଉପରେ ରିସର୍ଚ୍ଚ ଆରମ୍ଭ କରିଥିଲେ ।

ଚାନ୍ଦ୍ର ଉପରେ ପଡିଥିବା ବିକ୍ରମ ଲ୍ୟାଣ୍ଡରକୁ ଖୋଜିବା ପାଇଁ ସୁବ୍ରମଣ୍ୟମ୍ ସବୁଦିନ ପ୍ରାୟ ୪ ଘଣ୍ଟା ରିସର୍ଚ୍ଚ କରୁଥିଲେ । ନାସା ଦ୍ୱାରା ଜାରି କରାଯାଇଥିବା ଚନ୍ଦ୍ରର ଫଟୋକୁ ଦେଖି ସେ ଖୁସି ହେବା ସହ ତାଙ୍କ ରିସର୍ଚ୍ଚରେ ଏହା ବହୁ ସହଯୋଗ କରିଥିଲା ।

ସେଥିପାଇଁ ନାସା ତରଫରୁ ଜନ କେଲର ଡେପୁଟି ଡାଇରେକ୍ଟର LROM ଏକ ପତ୍ର ଜରିଆରେ ସୁବ୍ରମଣ୍ୟମଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ତାଙ୍କ ପତ୍ରରେ ଲେଖିଛନ୍ତିଯେ, ଆପଣଙ୍କ ଦ୍ୱାରା ଦିଆଯାଇଥିବା ଟିପ୍ସ ଉପରେ ଆମେ ପୁନଃ ଅନୁଧ୍ୟାନ କରି ବିକ୍ରମ ଲ୍ୟାଣ୍ଡରକୁ ଠାବ କରିପାରିଲୁ । ନାସାର LROC ଦ୍ୱାରା ଉଠାଯାଇଥିବା ଫଟୋ ଲ୍ୟାଣ୍ଡିଙ୍ଗ ପୂର୍ବରୁ ଏବଂ ପରେ ଭଲ ଭାବରେ ଅନୁଧ୍ୟାନ କରିବା ପରେ ଆମକୁ ଜଣାପଡ଼ିଥିଲାଯେ, ଆପଣଙ୍କ ଦ୍ୱାରା ଖୋଜାଯାଇଥିବା ବିକ୍ରମର ଭଗ୍ନାବଶେଷ ଯେଉଁଠାରେ ବିକ୍ରମ ଓହ୍ଲାଇବାର ଥିଲା ସେଠାରୁ କମ ଦୂରରେ ମିଳିଥିଲା । ତେଣୁ ଆପଣଙ୍କୁ ଧନ୍ୟବାଦ୍।

ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୭ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଛଡ଼ାଯାଇଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ବିଛିନ୍ନ ହୋଇଥିଲା । ଚନ୍ଦ୍ରପୃଷ୍ଠରୁ ଆଉ ମାତ୍ର ୨.୧ କିମି ଦୂରରେ ଥିବା ସମୟରେ ବିକ୍ରମ ସହ ସମ୍ପର୍କ ଛିନ୍ନ ହୋଇଥିଲା । ଯାହାଫଳରେ ଭାରତର ଐତିହାସିକ ଚନ୍ଦ୍ରଯାନ-୨ ମିଶନ ସଫଳ ହୋଇପାରିନଥିଲା । କିନ୍ତୁ ଏବେ ମଧ୍ୟ ଅରବିଟର ଚନ୍ଦ୍ର ଚତୁଃପାର୍ଶ୍ୱରେ ପରିକ୍ରମା କରୁଛି ।

Get real time updates directly on you device, subscribe now.