fbpx
BJD
BJD SKY
BJD SKY

ଦିଲ୍ଲୀ ବାହାରକୁ ଯାଇପାରିବେନି ପ୍ରଶାସନିକ ଅଧିକାରୀ, କେନ୍ଦ୍ର ସରକାରଙ୍କ ଏପରି ଆଦେଶ ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ବିଶେଷ ଅଧିବେଶନକୁ ନଜରରେ ରଖି ସମସ୍ତ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀଙ୍କୁ ଦିଲ୍ଲୀରେ ହିଁ ରହିବାକୁ ଆଦେଶ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଓ ସମସ୍ତ ସଚିବ ସ୍ତରର ଅଧିକାରୀ ସାମିଲ ଅଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କୌଣସି ବି ଅଧିକାରୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅନୁମତି ବିନା ଦିଲ୍ଲୀରୁ ବାହାର ଯାଇପାରିବେ ନାହିଁ । କିନ୍ତୁ ସରକାରଙ୍କ ପକ୍ଷରୁ ଏପରି ଆଦେଶର କାରଣ କ’ଣ ତାହା ସ୍ପଷ୍ଟ କରାଯାଇନାହିଁ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, କେନ୍ଦ୍ର ସରକାର ୧୮ ସେପ୍ଟେମ୍ବରରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଇଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏ ବିଷୟରେ ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏହି ଅଧିବେଶନର କୌଣସି ବିଶେଷ ଏଜେଣ୍ଡା ତ ଘୋଷଣା କରାଯାଇ ନାହିଁ, କିନ୍ତୁ ଏହି ସମୟରେ ମୋଟ ୫ ଗୋଟି ବୈଠକରେ ୧୦ଗୋଟି ବିଧେୟକ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ଏଥିମଧ୍ୟରୁ ଗୋଟିଏ ବିଧେୟକ ‘ଏକ ଦେଶ, ଏକ ନିର୍ବାଚନ’ ସମ୍ବନ୍ଧିତ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.