fbpx

ଦିଲ୍ଲୀର ଜି-୨୦ ସମ୍ମିଳନୀରେ ଚାଇନା ରାଷ୍ଟ୍ରପତିଙ୍କ ଯୋଗ ଦେବାକୁ ନେଇ ଏମିତି କହିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

ନୂଆଦିଲ୍ଲୀ; ଆସନ୍ତା ମାସ ସେପ୍ଟେମ୍ବର ୯ ତାରିଖରୁ ୧୦ ତାରିଖ ପର୍ୟ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ର ମହା ସମ୍ମିଳନୀ । ଏହି ମହା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ସାରା ବିଶ୍ୱର ବଡ଼ ବଡ଼ ରାଷ୍ଟ୍ରମୁଖ୍ୟ ଏବଂ ଅଧିକାରୀମୋନ ଯୋଗ ଦେବେ । ଚଳିତ ଥର ଭାରତରେ ହେଉଥିବା ଏହି ଜି-୨୦ର ମହା ସମ୍ମିଳନୀର ନେତୃତ୍ୱ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଉଛନ୍ତି । ଏହି କ୍ରମରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇସାରିଛି । ଜଳ, ସ୍ଥଳ, ଆକାଶ ସହ ବତ୍ତର୍ମାନ ଦିଲ୍ଲୀର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଦିଆଯାଇଛି ।

କିନ୍ତୁ ଦିଲ୍ଲୀରେ ହେବାକୁ ଥିବା ଏହି ଜି-୨୦ ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗ ଯୋଗ ଦେବେ ନାହିଁ ବୋଲି ଚର୍ଚ୍ଚା ଦେଖିବାକୁ ମିଳୁଛି । ସୀମା ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ କିଛି ଦିନ ହେବ ସମ୍ପର୍କ ଭଲ ନାହିଁ । ଆଉ ଏହି କାରଣ ପାଇଁ ବୋଧ ହୁଏ ଶି’ ଜିନପିଙ୍ଗ ସମ୍ମିଳନୀରେ ଯୋଗ ଦେବେ ନାହିଁ ବୋଲି ଅନୁମାନ କରାଯାଉଛି । ସେହିପରି ଏକ ରେିପାର୍ଟ ଅନୁଯାୟୀ, ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗଙ୍କ ସହ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ମଧ୍ୟ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ସୂଚନା ରହୁଛି ।

ହେଲେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଶି’ ଜିନପିଙ୍ଗ ଯୋଗଦେବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାେଇଡନ ଆଶା ପ୍ରକଟ କରିଛନ୍ତି । ଜିନ୍‌‌ପିଙ୍ଗଙ୍କ ସମ୍ମିଳନୀରେ ଅଂଶଗ୍ରହଣ ବିଷୟରେ ବାଇଡେନଙ୍କୁ କିଛି ସାମ୍ବାଦିକମାନେ ପ୍ରଶ୍ନ ପଚାରିଥିଲେ । ଏହି ସମୟରେ ବାଇଡେନ କହିଥିଲେ, ମୁଁ ଆଶା କରୁଛି ଯେ, ଜି-୨୦ ଶିଖର ସମ୍ମିଳନୀରେ ଶି’ ଜିନପିଙ୍ଗ ଯୋଗେଦେବେ ।

ସେହିପରି, ଏସିଆ ସୋସାଇଟି ପଲିସି ଇନ୍‌‌ଷ୍ଟିଚ୍ୟୁଟ (ଏସ୍‌‌ପିଆଇର)ର ନିର୍ଦ୍ଦେଶକ ଫରୱା ଆମେର କହିଛନ୍ତି, ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଜିନ୍‌‌ପିଙ୍ଗ୍‌‌ ଅଂଶଗ୍ରହଣ ନ କଲେ ଏଥିରୁ ସ୍ପଷ୍ଟ ହୋଇଯିବ ଯେ, ଭାରତ କିମ୍ବା ଏହାର ନେତୃତ୍ୱ ଉପରେ ଚାଇନା ରାଜି ନୁହେଁ ।

Get real time updates directly on you device, subscribe now.