fbpx
BJD
BJD SKY
BJD SKY

ଦୁଃଖ ଖବର: ଜଣାଶୁଣା ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଦୁନିଆରୁ ଆସିଛି ପୁଣି ଏକ ଦୁଃଖ ଖବର । ନିକଟରେ ବିଶିଷ୍ଟ କବି ତଥା ବଲିଉଡର ଗୀତିକାର ଦେବ କୋହଲିଙ୍କର ପରଲୋକ ଘଟିଥିଲା । ତେବେ ଏହା ମଧ୍ୟର ପୁଣି ଜଣେ ଅଭିନେତ୍ରୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମାଲୟାଲମ୍ ଟେଲିଭିଜନ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ଖବର ଶୁଣିବା ପରେ ଟିଭି ଜଗତ ସହ ଜଡ଼ିତ ଅନେକ ବ୍ୟକ୍ତିବିଶେଷ, ଅଭିନେତ୍ରୀଙ୍କ ସମ୍ପର୍କୀୟ ଓ ପରିବାରରେ ଦୁଃଖର ଲହରୀ ଖେଳିଯାଇଛି ।

ଅପର୍ଣ୍ଣା ଥିରୁବନନ୍ତପୁରମ ସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ମାତ୍ର ୩୩ ବର୍ଷ ବୟସରେ ଅପର୍ଣ୍ଣା କାହିଁକି ଏହି ପଦକ୍ଷେପ ନେଲେ ସେନେଇ ଏବେ ଚର୍ଚ୍ଚା ହେଉଛି । ବିଭିନ୍ନ ଫିଲ୍ମ ଓ ସିରିୟଲରେ ସେ ଅଭିନୟ କରିଥିଲେ । ତାଙ୍କ ପରିବାରରେ ସ୍ୱାମୀ ଓ ଦୁଇଟି ଝିଅ ଅଛନ୍ତି । ମୃତ୍ୟୁର ୧୧ ଘଣ୍ଟା ପୂର୍ବରୁ ଅପର୍ଣ୍ଣା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ ।

ଗତକାଲି ସନ୍ଧ୍ୟା ୭.୩୦ ସମୟରେ ଏହି ଅଘଟଣ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଅପର୍ଣ୍ଣାଙ୍କୁ ଉଦ୍ଧାର କରାଯିବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ପକ୍ଷରୁ ଫୋନ୍ କରାଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏନେଇ ଏକ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ ହୋଇଛି । ପାରିବାରିକ ସମସ୍ୟା କାରଣରୁ ଅପର୍ଣ୍ଣା ଏହି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.