fbpx

କରୋନା ଭୟ ଭିତରେ ଆସିଲା ଖୁସି ଖବର; ଫାଇନାଲ ହେଲା ନାଜାଲ ଭ୍ୟାକ୍ସିନ ଦାମ୍

ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ବିଏଫ -୭ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାର ଲାଗିଛି । ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ କୋଟି କଟି ଲୋକେ ଏହି ମହାମାରୀରେ ସଂକ୍ରମିତ ହେଉଛନ୍ତି । କରୋନାର ଏହି ନୂଆ ଭାଇଆଣ୍ଟ ଏବେ ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଫଳରେ ସେଠାକାର ଲୋକମାନେ ପୋକ ମାଛି ପରି ମରୁଥିବା ବେଳେ ଅନ୍ୟ ଦେଶରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।ଯେଉଁ କାରଣରୁ ସମସ୍ତ ଦେଶର ସରକାର କୋଭିଡ ନିୟମକୁ କଡାକଡି କରିବା ସହ ସ୍ୱାସ୍ଥ୍ୟ ବିଭାଗ ସହ ବୈଠକ ମଧ୍ୟ କରୁଛନ୍ତି । ତେବେ ମହାମୀରର ଏହି ଭୟ ଭିତରେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କୁ ଖୁସି କରାଇ ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଅନ୍ୟ ଦେଶରେ ବଢୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ନାଜାଲ ଭ୍ୟାକ୍ସିନର ଦାମ୍ ସ୍ଥିର କରିଛନ୍ତି । ଯାହାକି କରୋନାରୁ ରକ୍ଷା ପାଇବା ପାଇଁ ଖୁବ ସହାୟକ ହେବ । ତେବେ କେନ୍ଦ୍ର ସରକାର ନାଜାଲ ଭ୍ୟାକ୍ସିନର ଦାମ୍ GST ୮୪୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ପ୍ରକୃତରେ ନାଜାବ ଭ୍ୟାକ୍ସିନ ଦାମ୍ ୮୦୦ ଟଙ୍କା ଥିବା ବେଳେ ଏଥିରେ ୫ ପ୍ରତିଶତ GST ନିଆଯାଇଛି । ଫଳରେ ଏହାର ଦାମ୍ ୮୪୦ ଟଙ୍କା ରଖାଯାଇଛି । ତେବେ ବର୍ତ୍ତମାନ ଏହା ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଦାମ୍ । ଏହି ନାଜାଲ ଭ୍ୟାକ୍ସିନ ଘରୋଇ ହସ୍ପିଟାଲରେ ୮୪୦ ଟଙ୍କାରେ ମିଳିବା ବେଳେ ସରକାରୀ ହସ୍ପିଟାଲରେ ଏହା ୩୨୫ ଟଙ୍କାରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । କିନ୍ତୁ ଭାରତୀୟ ବାୟୋଟିକ କମ୍ପାନୀ ଚାହୁଁଛନ୍ତି ଯେ ଏହି ଭ୍ୟାକ୍ସିନର ଦାମ୍ ୧୦୦୦ ଟଙ୍କା ରଖାଯାଉ ଏବଂ ଏହି ଟିକା ପ୍ରାରମ୍ଭରେ ଘରୋଇ ଡାକ୍ତରଖାନାରେ ବୁଷ୍ଟର ଡୋଜ ଭାବରେ ଦିଆଯାଉ । ତେବେ ଏହି ନାଜାଲ ଭ୍ୟାକ୍ସିନଟି ଭାରତୀୟ ବାୟୋଟିକରୁ ନିର୍ମିତ ହୋଇଛି ।

ତେବେ ଏହି ନାଜାଲ ଭ୍ୟାକ୍ସିନ ବର୍ତ୍ତମାନଠାରୁ ଜାନୁଆରୀ ଶେଷ ପର୍ଯ୍ୟନ୍ତ ସେଇମାନଙ୍କୁ ଦିଆଯିବ , ଯେଉଁମାନେ କରୋନାର ଦୁଇଟି ଡୋଜ ନେଇଛନ୍ତି । ଭାରତ ବାୟୋଟେକ୍ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ସହଯୋଗରେ ଏହି ନାସାଲ୍ ଟିକା ପ୍ରସ୍ତୁତ କରିଛି । ଏହି ପ୍ରସଙ୍ଗରେ ଭରତ ବାୟୋଟେକ୍ ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ଡାକ୍ତର କୃଷ୍ଣ ଏଲା କହିଛନ୍ତି ଯେ ମହାମାରୀ କୋଭିଡ ବିରୋଧରେ ଲଢିବାରେ ଇନକୋଭାକ୍ ବା (ସଘଉଙଠଇଉଉ) ନାଜଲ ଭ୍ୟାକ୍ସିନ ପ୍ରଭାବଶାଳୀ ହେବ।

Get real time updates directly on you device, subscribe now.