fbpx

ଅଚଳ ହେଇଗଲା ୧ଟଙ୍କିଆ ମୁଦ୍ରା ! ଏବେ ଆପଣଙ୍କ ପାଖରେ ଥିବା ଟଙ୍କାକୁ କେଉଁଠି କରିବେ ବଦଳି ଜାଣନ୍ତୁ

ଭୁବନେଶ୍ୱର:ବର୍ତ୍ତମାନ ସମୟରେ ସବୁ ଲୋକ ପ୍ରାୟ ଅନଲାଇନ ଆପ ମାଧ୍ୟମରେ ଟଙ୍କା କାରବାର କରୁଛନ୍ତିି । ଆଉ ଏତେ କେହି ପାଖରେ ଟଙ୍କା ରଖିବା ପାଇଁ ଚାହୁଁ ନାହାନ୍ତି। କିନ୍ତୁ ଏବେ ମଧ୍ୟ କିଛି କିଛି ସ୍ଥାନ ରହିଛି ଯେଉଁଠାରେ ଟଙ୍କା ନିଆଯାଉଛି । ଯେପରି କୌଣସି ସ୍ଥାନରେ ବାଇକ ପାର୍କିଙ୍ଗ କିମ୍ବା କୌଣସି ମନ୍ଦିରରେ ପ୍ରବେଶ ପାଇଁ ଟିକେଟ କାଟିବା ହେଉ । ତେବେ ଏହି ସ୍ଥାନଗୁଡିକରେ ଆପଣ ଯେତେବେଳେ ଟଙ୍କା ଦେଇ ଟିକେଟ କାଟିଥିବେ ମୁଖ୍ୟତଃ ଖୁଚୁରା ଟଙ୍କା ଦେଇ ଟିକେଟ କାଟୁଥିବେ। କେବେ ଆପଣ ଧ୍ୟାନ ଦେଇଛନ୍ତି କି ,,ଏହି ସ୍ଥାନ ଗୁଡିକରେ ୧ଟଙ୍କା ଛୋଟ ମୁଦ୍ରା ଦେଲେ ସେମାନେ ମୁଖ୍ୟତଃ ଏହି ଟଙ୍କାକୁ ନେବାକୁ ମନା କରି ଦେଇଥାଆନ୍ତି ।

ଏହା ଚଳୁନି, ଲୋକେ ଏହାକୁ ନେଉ ନାହାନ୍ତି କିଛି ଏଭଳି କହି ଏହି ମୁଦ୍ରା ନେବାକୁ ମନା କରି ଦିଅନ୍ତି । କେବଳ ଏତିକି ନୁହେଁ ଆପଣ ଯଦି କୌଣସି ଦୋକାନକୁ ଯାଇ ଏହି ୧ଟଙ୍କା ମୁଦ୍ରା ଦେବେ ସେମାନେ ମଧ୍ୟ ମନା କରି ଦେବେ ଯେ ନାହିଁ ଏହା ଟଙ୍କା ଚଳୁନି । ତେବେ କଣ ସତରେ ଏହି ୧ଟଙ୍କା ଚଳୁନି? ଆଉ ଯଦି ଏହା ଚଳୁ ନାହିଁ ତେବେ ଆମ ପାଖରେ ଥିବା ଏହି ଟଙ୍କା ଗୁଡିକ ହେବ କଣ? କଣ ସରକାରଙ୍କ ତରଫରୁ ଏଭଳି କିଛି ବିଜ୍ଞପ୍ତି ଜାରି କରାଯାଇଛି । ତେବେ କେଉଁ କାରଣରୁ ଏହି ୧ଟଙ୍କାକୁ ଅଚଳ ବୋଲି କୁହାଯାଉଛି ଏବଂ ଆରବିଆଇ ଏହାକୁ ନେଇ କଣ କହିଛନ୍ତି ଆସନ୍ତୁ ଜାଣିବା ।

ଆରବିଆଇର ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ସରକାର ଏଭଳି କିଛି କରି ନାହାନ୍ତି । କିନ୍ତୁ କିଛି କିଛି ସ୍ଥାନରେ ବ୍ୟବସାୟୀ ମାନଙ୍କ ଦ୍ୱାରା ଏଭଳି କାର୍ଯ୍ୟ କରାଯାଉଛି । କିନ୍ତୁ ଆପଣ ଯଦି ଏହି ସମସ୍ୟା ଭୋଗୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଉପାୟ ରହିଛି, ଯାହା ମାଧ୍ୟମରେ ଆପଣ ଏହି ୧ଟଙ୍କିଆ ଗୁଡିକୁ ଏକ୍ସଚେଞ୍ଜ କରି ପାରିବେ । ତେବେ ଆସନ୍ତୁ ଜାଣିବା ଆପଣ କେଉଁଠାରେ ଏହାକୁ ଏକ୍ସଚେଞ୍ଜ କରିପାରିବେ । ମୁଖ୍ୟତଃ ସମସ୍ତ ପୋଷ୍ଟ ଅଫିସ ଗୁଡିକରେ ଆପଣ ଏହି ଟଙ୍କା କୁ ବଦଳ କରି ପାରିବେ ।

ପୋଷ୍ଟ ଅଫିସ ଗୁଡିକରେ ଆରବିଆଇ ଦ୍ୱାରା ସମସ୍ତ ଟଙ୍କାକୁ ବଦଳ କରିବାର ଉପାୟ ରହିଛି । ଆପଣ ଆପଣଙ୍କର ନିକଟସ୍ଥ ପୋଷ୍ଟ ଅଫିସକୁ ଯାଇ ସେଠାରେ ଏହାକୁ ବଦଳାଇ ପାରିବେ । ଟଙ୍କା ଚଳୁନଥିବାର ବହୁ ଅଭିଯୋଗ ଆସିବା ପରେ ଆରବିଆଇ ଜୁନ୨୬ ତାରିଖ ୨୦୧୯ ରେ ଏକ ସରକାରୀ ବିଜ୍ଞପ୍ତି ଜାରି କରି କହିଥିଲେ ଯେ ଦୟାକରି ଗୁଜବ ଗୁଡିକରେ ବିଶ୍ୱାସ କର ନାହିଁ । ସମସ୍ତ ମୁଦ୍ରା କାରବାର କରିବା ପାଇଁ ହିଁ ଉପଲବ୍ଧ କରାଯାଇଛି ,ତେଣୁ ମୁଦ୍ରା କାରବାରରେ କୌଣସି ସମସ୍ୟା କରନ୍ତୁ ନାହିଁ । ଭାରତର ରିର୍ଜବ ବ୍ୟାଙ୍କ ଭାରତ ସରକାରଙ୍କ ଦ୍ୱାରା ନିର୍ମିତ ମୁଦ୍ରା ପ୍ରଚଳନ କରୁଛି । ଏହାର ସ୍ୱତନ୍ତ୍ର ବୈଶିଷ୍ଟ ମଧ୍ୟ ରହିଛି । ଏହାସହିତ ରିର୍ଜବ ବ୍ୟାଙ୍କ ଆହୁରୀ ମଧ୍ୟ କହିଛି ଯେ ସମୟ କ୍ରମେ ଜନ ସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ମୁଦ୍ରା ଗୁଡିକରେ ବିଭିନ୍ନ ଡିଜାଇନ ଆଉ ଥିମ ଏବଂ ଆକାରରେ ପରିବର୍ତ୍ତନ କରାଯାଇଥାଏ ।

ରିପୋର୍ଟରେ ସୂଚନା ମିଳିଛି ଯେ ଏହିପରି ମୁଦ୍ରାର ପ୍ରକୃତତା ଉପରେ କିଛି ମହଲରେ ସନ୍ଦେହ ରହିଛି ଯାହା ଦ୍ୱାରା କିଛି ବ୍ୟବସାୟୀ, ଦୋକାନ ରକ୍ଷକ ଏବଂ ଜନସାଧାରଣ ମୁଦ୍ରା ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଏହା ଦେଶର କିଛି ସ୍ଥାନରେ ମୁଦ୍ରାର ବ୍ୟବହାର ଏବଂ ପ୍ରଚାରରେ ବାଧା ସୃଷ୍ଟି କରିଛି। ରିଜର୍ଭ ବ୍ୟାଙ୍କ ଜନସାଧାରଣଙ୍କୁ ଏପରି ଗୁଜବକୁ ବିଶ୍ଵାସ ନକରିବାକୁ ନିବେଦନ କରିଛି ଏବଂ ଏହି ମୁଦ୍ରାଗୁଡ଼ିକୁ ବିନା ଦ୍ୱନ୍ଦ୍ୱରେ ସମସ୍ତ କାରବାରରେ ଆଇନଗତ ଟେଣ୍ଡର ଭାବରେ ଗ୍ରହଣ କରିବାକୁ ଜାରି ରଖିଛି ବୋଲି ଏଥିରେ କୁହାଯାଇଛି।

ତେଣୁ ଆପଣ ମାନେ ମଧ୍ୟ ଏହି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ଏବଂ ଆପଣ ଯଦି ଏହି ୧ଟଙ୍କିଆ ମୁଦ୍ରାକୁ ନେଇ ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି ଏହାକୁ ନିକଟସ୍ଥ ପୋଷ୍ଟ ଅଫିସରେ ବଦଳ କରି ନିଅନ୍ତୁ ।ନିଜେ ସଚେତନ ହେବା ସହିତ ଅନ୍ୟ ଲୋକଙ୍କୁ ମଧ୍ୟ ସଚେତନ କରନ୍ତୁ ।

Get real time updates directly on you device, subscribe now.