fbpx
BSKY
BJD MC SKY
BJD MS SKY

୨ ମାସର ହ୍ରାସ ପରେ ପୁଣି ଭାରତରେ ବଢ଼ିଲା କରୋନା ମାମଲା: ଏହି ରାଜ୍ୟଗୁଡ଼ିକରେ ବଢ଼ିଲା ସଂକ୍ରମଣ, ସାମିଲ ଅଛି ଓଡ଼ିଶା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭାଇରସର ମାମଲା ପୁଣି ବଢ଼ିବାରେ ଲାଗିଛି । ଖାସକରି କରି ଦକ୍ଷିଣ ଆମେରିକୀୟ ଦେଶ ଏବଂ ଚୀନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ଭାରତରେ ବର୍ତ୍ତମାନ ସୁଦ୍ଧା କରୋନା ମାମଲା ସ୍ଥିର ରହିଛି, କିନ୍ତୁ ଗତ ମାସର ଟ୍ରେଣ୍ଡକୁ ଦେଖିଲେ ଜଣାପଡିଛି ଯେ ଭାରତରେ ମଧ୍ୟ କିଛି ଅଧିକ କରୋନା ମାମଲା ଚିହ୍ନଟ ହୋଇଛି ।

କରୋନାର ତାଜା କେସରୁ ଜଣାପଡିଛି ଯେ, ଗତ ନଅ ସପ୍ତାହରେ ଭାରତରେ କରୋନା ଭାଇରସର ନୂଆ ମାମଲା ସପ୍ତାହକୁ ସପ୍ତାହ କମିବାରେ ଲାଗିଥିଲା । କିନ୍ତୁ ଗତ ସପ୍ତାହ(୧୯ରୁ ୧୫ ଡିସେମ୍ବର ମଧ୍ୟରେ) ଦେଶରେ କରୋନା ମାମଲାରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି । ସୂଚନା ଅନୁସାରେ, ୧୨-୧୮ ଡିସେମ୍ବର ମଧ୍ୟରେ ଦେଶରେ ୧୧୦୩ ମାମଲା ଚିହ୍ନଟ ହୋଇଥିବା ବେଳେ ୧୯ ରୁ ୨୫ ଡିସେମ୍ବର ମଧ୍ୟରେ ଦେଶରେ କରୋନା ମାମଲା ୧୨୧୯ କୁ ବୃଦ୍ଧି ପାଇଥିଲା ।

ଏହି ରାଜ୍ୟଗୁଡିକରେ ବଢ଼ିଲା କି କରୋନା ମାମଲା ?
ଯଦିଓ ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିନି, କିନ୍ତୁ କେତେକ ରାଜ୍ୟ ଯୋଗୁଁ ସମଗ୍ର ଦେଶରେ କରୋନା ମାମଲା ବୃଦ୍ଧି ପାଉଛି । ବିଶେଷକରି ମଧ୍ୟ ଭାରତର ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ, ଉତ୍ତର ଭାରତର ହିମାଚଳ ପ୍ରଦେଶ, ଦକ୍ଷିଣ ଭାରତର ତେଲେଙ୍ଗାନା ଏବଂ ପୂର୍ବ ଭାରତରେ ଓଡ଼ିଶାରେ କରୋନା ମାମଲା ବଢ଼ିବାରେ ଲାଗିଛି ।

ଅନ୍ୟ ଦେଶରେ ମିଳୁଥିବା କରୋନାର ନୂଆ ସବଭାରିଆଣ୍ଟ ବିଏଫ୍.୭ କାରଣରୁ ଏହା ବଢ଼ିଛି ନା ଚୀନରେ ବଢ଼ୁଥିବା ମାମଲାକୁ ଦେଖି କେନ୍ଦ୍ର ଓ ରାଜ୍ୟ ସରକାର ଟେଷ୍ଟିଂ ବଢ଼ାଇବା ଯୋଗୁଁ ଏହି ମାମଲା ବଢ଼ିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ କରୋନାଭାଇରସ୍ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ଏବେ ବି ବହୁତ କମ୍ ରହିଛି । ୧୯-୨୫ ଡିସେମ୍ବର ମଧ୍ୟରେ ଦେଶରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨-୧୮ ଡିସେମ୍ବର ମଧ୍ୟରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.