fbpx

କର୍କଟ, ମଧୁମେହ ଓ ଯକ୍ଷ୍ମା ସମେତ ୩୯ଟି ଔଷଧର ମୂଲ୍ୟ ହ୍ରାସ କଲେ କେନ୍ଦ୍ର ସରକାର, କୋଭିଡ ଉପଚାରରେ ବି ହେବ ସହାୟକ

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଔଷଧ ତାଲିକାରେ ପରିବର୍ତ୍ତନ ଆଣିଛନ୍ତି କେନ୍ଦ୍ର ସରକାର । କର୍କଟ, ମଧୁମେହ ଓ ଯକ୍ଷ୍ମା ଭଳି ଜଟିଳ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ୩୯ଟି ଔଷଧକୁ ନୂତନ ଭାବେ ଅତ୍ୟାବଶ୍ୟକ ଔଷଧ ତାଲିକାରେ ସାମିଲ କରିଛନ୍ତି। ଯାହାଦ୍ବାରା ଏହି ଔଷଧ ସବୁ ରୋଗୀଙ୍କ ପାଇଁ କମ୍‌ ମୂଲ୍ୟରେ ଉପଲବ୍ଧ ହୋଇପାରିବ। ତେବେ ଏହି ସବୁ ଔଷଧ ମଧ୍ୟରେ କୋଭିଡ ପାଇଁ ବ୍ୟବହୃତ ଔଷଧକୁ ବି ସାମିଲ କରାଯାଇଛି ।

 

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ତଥା ICMRର ବିଶେଷଜ୍ଞଙ୍କ ସୁପାରିଶ କ୍ରମେ, ଅତ୍ୟାବଶ୍ୟକ ତାଲିକାରୁ ୧୬ଟି ଔଷଧକୁ ହଟାଇ ନୂତନ ଭାବେ ୩୦ଟି ଔଷଧକୁ ସାମିଲ କରାଯାଇଛି। ଏବେ ଅତ୍ୟାବଶ୍ୟକ ତାଲିକାରେ ୩୯ ଔଷଧ ରହିଛି। ଏପରି ଔଷଧଗୁଡ଼ିକର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥା’ନ୍ତି। ଆଇସିଏମଆର ପକ୍ଷରୁ ପ୍ରସ୍ତୁତ ଏହି ଔଷଧ ତାଲିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ୍‌ ମାଣ୍ଡଭ୍ୟଙ୍କୁ ପ୍ରଦାନ କରାଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିବା ପରେ ଔଷଧ ଓ ସ୍ବାସ୍ଥ୍ୟ ଉତ୍ପାଦ ସ୍ଥାୟୀ ସମିତି ଏସବୁର ମୂଲ୍ୟ ନିର୍ଦ୍ଧାରଣ କରିବ।

Get real time updates directly on you device, subscribe now.