fbpx

IAS ସୁହାସ ୟାଥିରାଜଙ୍କୁ ରୌପ୍ୟ, ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାରାଲିମ୍ପିକ୍ସରେ ସୁହାସ ୟାଥିରାଜ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି । ବ୍ୟାଡମିଣ୍ଟନ ଏସ୍ ଏଲ୍-୪ ବର୍ଗର ଫାଇନାଲରେ ହାରି ରୌପ୍ୟ ହାସଲ କରିଛନ୍ତି । କଡ଼ା ମୁକାବିଲାରେ ୨୧-୧୫, ୧୭-୨୧, ୧୫-୨୧ ରେ ହାରି ରୌପ୍ୟ ହାସଲ କରିଛନ୍ତି । ଏହାକୁ ମିଶାଇ ମୋଟ ପଦକ ସଂଖ୍ୟା ୧୮ ରେ ପହଞ୍ଚିଛି ।

ସୂହାସ ଉତ୍ତର ପ୍ରଦେଶ କ୍ୟାଡ଼ରର ଜଣେ ଆଇଏଏସ ଅଫିସର । ସେ ଗୌତମ ବୁଦ୍ଧ ନଗରର ଜିଲ୍ଲାପାଳ ରହିଛନ୍ତି । ପଦକ ହାସଲ କରିବା ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ । ଏଥିସହିତ ସୁହାସ ୟାଥିରାଜଙ୍କୁ ପ୍ରଧାନ ମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.