fbpx
BJD
BJD SKY
BJD SKY

ଆସନ୍ତା କାଲିଠୁ ନୂତନ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବେ କେନ୍ଦ୍ର ସରକାର, ୮୧.୩୫ କୋଟି ହିତାଧିକାରୀ ହେବେ ଉପକୃତ

ନୂଆଦିଲ୍ଲୀ: କେନ୍ଦ୍ରର ନୂତନ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା ୧ ଜାନୁୟାରୀ ୨୦୨୩ ରେ ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏହି ନୂତନ ଯୋଜନା ଅଧୀନରେ ଏନଏଫଏସଏ ଅନ୍ତର୍ଗତ ୨୦୨୩ ବର୍ଷ ପାଇଁ ୮୧.୩୫ କୋଟି ହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ। ଏହି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ର ପ୍ରଭାବୀ ଏବଂ ସମାନ କାର୍ଯ୍ୟକାରିତାକୁ ମଧ୍ୟ ସୁନିଶ୍ଚିତ କରିବ।

ଭାରତ ସରକାରଙ୍କ ଦେଶବାସୀଙ୍କ ପାଇଁ ସାମାଜିକ ତଥା ଆଇନଗତ ପ୍ରତିବଦ୍ଧତା ରହିଛି। ତେଣୁ ପର୍ଯ୍ୟାପ୍ତ ପରିମାଣର ଗୁଣାତ୍ମକ ଖାଦ୍ୟଶସ୍ୟର ଉପଲବ୍ଧତା ମାଧ୍ୟମରେ ସେମାନଙ୍କୁ ଖାଦ୍ୟ ଏବଂ ପୁଷ୍ଟିକର ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରି ଏକ ସମ୍ମାନଜନକ ଜୀବନ ଉପଲବ୍ଧ କରାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବଳି କହିଛନ୍ତି। ସବୁଠାରୁ ଦୁର୍ବଳ ୬୭% ଜନସଂଖ୍ୟା ପାଇଁ ଏହି ପ୍ରତିବଦ୍ଧତା ପୂରଣ କରିବା ପାଇଁ ଅର୍ଥାତ୍ ଏନଏଫଏସଏ ଅଧୀନରେ ଥିବା ୮୧.୩୫ କୋଟି ବ୍ୟକ୍ତିଙ୍କ ପାଇଁ କ୍ୟାବିନେଟ୍ ଗୋଟିଏ ରାଷ୍ଟ୍ର – ଗୋଟିଏ ମୂଲ୍ୟ – ଗୋଟିଏ ରେସନ କୁ ପୂରଣ କରିବା ପାଇଁ ଏକ ନୂତନ କେନ୍ଦ୍ରୀୟ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

ଏହି ଯୋଜନା ଅଧୀନରେ ଭାରତ ସରକାର ସମସ୍ତ ଏନଏଫଏସଏ ହିତାଧିକାରୀଙ୍କୁ ଅର୍ଥାତ୍ ଅନ୍ତୋଦୟ ଅନ୍ନ ଯୋଜନା (ଏଏୱାଇ) ପରିବାର ଏବଂ ପ୍ରାୟୋରିଟି ହାଉସହୋଲ୍ (ପିଏଚଏଚ) ବ୍ୟକ୍ତିଙ୍କୁ ଆସନ୍ତା ଏକ ବର୍ଷ ପାଇଁ ସାରା ଦେଶରେ ୫.୩୩ ଲକ୍ଷ ଫେୟାର ପ୍ରାଇସ୍ ଦୋକାନର ବ୍ୟାପକ ବିସ୍ତାର ନେଟୱାର୍କ ମାଧ୍ୟମରେ ମାଗଣା ଖାଦ୍ୟ ଯୋଗାଇବ। ଏହି ନିଷ୍ପତ୍ତି ଗରିବଙ୍କ ପାଇଁ ଖାଦ୍ୟଶସ୍ୟର ଉପଲବ୍ଧତା, ସୁଲଭତା ଏବଂ ଉପଲବ୍ଧତା ଦୃଷ୍ଟିରୁ ଏନଏଫଏସଏ, ୨୦୧୩ ର ବ୍ୟବସ୍ଥାକୁ ସୁଦୃଢ଼ କରିବ।

ଏହି ନୂତନ ଇଣ୍ଟିଗ୍ରେଟେଡ୍ ସ୍କିମ୍ ଖାଦ୍ୟ ଏବଂ ସର୍ବସାଧାରଣ ବଣ୍ଟନ ବିଭାଗର ଦୁଇଟି ବର୍ତ୍ତମାନର ଖାଦ୍ୟ ସବସିଡି ସ୍କିମକୁ ମିଶ୍ରଣ କରୁଛି – କ) ଏନଏଫଏସଏ ପାଇଁ ଏଫସିଆଇ କୁ ଖାଦ୍ୟ ସବସିଡି, ଏବଂ ଖ) ଏନଏଫଏସଏ ଅନ୍ତର୍ଗତ ବିକେନ୍ଦ୍ରୀକରଣ ପ୍ରୋକିଓରମେଣ୍ଟ ରାଜ୍ୟଗୁଡିକ ପାଇଁ ଖାଦ୍ୟ ସବସିଡି, କ୍ରୟ, ଆବଣ୍ଟନ ଏବଂ ମାଗଣା ଖାଦ୍ୟ ସାମଗ୍ରୀ ବିତରଣ ବ୍ୟବସ୍ଥା। ମାଗଣା ଖାଦ୍ୟଶସ୍ୟ ସମଗ୍ର ଦେଶରେ ୱାନ୍ ନେସନ୍ ୱାନ୍ ରେସନ୍ କାର୍ଡ (ଓଏନଓଆରସି) ଅଧୀନରେ ପୋର୍ଟେବିଲିଟିର ସମାନ କାର୍ଯ୍ୟକାରିତା ନିଶ୍ଚିତ କରିବ ଏବଂ ଏହି ପସନ୍ଦ ଭିତ୍ତିକ ପ୍ଲାଟଫର୍ମକୁ ଆହୁରି ଦୃଢ଼ କରିବ। କେନ୍ଦ୍ର ସରକାର ୨୦୨୩ ବର୍ଷ ପାଇଁ ଟ.୨ ଲକ୍ଷ କୋଟିର ସବସିଡି ବହନ କରିବେ।

Get real time updates directly on you device, subscribe now.