fbpx

ମଣିଷର ହାତ ପାଲଟିଯିବ ପଥର! ଜାଣନ୍ତୁ ଏପରି ଏକ ଭୟଙ୍କର ଓ ବିରଳ ରୋଗ ବିଷୟରେ

ଆଜି ମଣିଷ ବିଜ୍ଞାନ କ୍ଷେତ୍ରରେ ବହୁତ ଅଗ୍ରଗତି ହାସଲ କରିଥିଲେ ହେଁ ଅନୁରୂପ ଭାବେ ବିଭିନ୍ନ ସମସ୍ୟାକୁ ମଧ୍ୟ ଆମନ୍ତ୍ରଣ କରୁଛି । ଆମ ସମାଜରେ ଏପରି ଅନେକ ରୋଗ ଅଛି ଯାହା ବିଷୟରେ ଅନେକ ଜାଣିନଥାନ୍ତି । ସେପରି ଏକ ଭୟଙ୍କର ତଥା ବିରଳ ରୋଗ ହେଉଛି ସ୍କେଲେରୋର୍ଡମା । ଏହି ରୋଗରେ ମଣିଷର ଶରୀର ପଥର ପରି ଶକ୍ତ ହୋଇ ଯାଇଥାଏ ।

ସୂଚନା ମୁତାବକ, ଜଣେ ୩୭ ବର୍ଷିଆ ମହିଳାଙ୍କୁ ଏହି ରୋଗ ହୋଇଥିଲା । ମାତ୍ର ସେ ପ୍ରଥମରୁ ଏହି ରୋଗ ବିଷୟରେ କିଛି ବି ଜାଣି ପାରିନଥିଲେ । ଧୀରେଧୀରେ ତାଙ୍କର ଶରୀର ପଥର ପରି ଶକ୍ତ ପାଲଟିଯାଇଥିଲା । ସବୁକିଛି ଠିକଠାକ ଥିବାବେଳେ ବିବାହ ସମୟରେ ଏଭଳି ଏକ ଅଜଣା ରୋଗ ତାଙ୍କ ଶରୀରରେ ପ୍ରବେଶ କରିଥିଲା । ଏହାପରେ ତାଙ୍କର ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲା । ସେ ସ୍କେଲେରୋଡର୍ମା ନାମକ ଏକ ବୀମାରୀରେ ସଂକ୍ରମିତ ଥିବା ଡାକ୍ତର କହିଥିଲେ ।

ସ୍କେଲେରୋଡର୍ମା ଏପରି ଏକ ରୋଗ, ଯାହାର ପ୍ରଭାବରେ ମଣିଷର ଶରୀର ଧୀରେ ଧୀରେ ପଥର ପରି ଟାଣ ହୋଇଯାଇଥାଏ । ଏହି ରୋଗରେ ପୀଡ଼ିତ ହେବା ପରେ ଶରୀରର ଚର୍ମ ଓ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ଏଥିସହିତ ଫୁସଫୁସ ମଧ୍ୟ ଆକ୍ରାନ୍ତ ହୋଇଥାଏ । ଡାକ୍ତରଙ୍କ ମତରେ, ଏହି ରୋଗରେ ଆକ୍ରାନ୍ତ ହେଲେ ଶରୀର ବାହାରୁ ସାମାନ୍ୟ ଦେଖାଯାଏ, ମାତ୍ର ଭିତରେ ବହୁତ ସମସ୍ୟା ରହିଥାଏ । ଏହି ରୋଗକୁ ଅଣଦେଖା କରିବା ଫଳରେ ଏହାକୁ ଚିହ୍ନଟ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗି ଯାଇଥାଏ । ଧୀରେଧୀରେ ରୋଗୀ ଉଠିବା, ବସିବା, ଟାଇପିଂ କରିବା, ଚାଲିବାକୁ ଅସମର୍ଥ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ଏହି ବୀମାରୀର କୌଣସି ସଫଳ ଚିକିତ୍ସାର ପନ୍ଥା ବାହାରି ନାହିଁ । ମାତ୍ର ବିଭିନ୍ନ ପ୍ରକାରର ଚିକିତ୍ସା କରି ଏହାର ଲକ୍ଷଣକୁ ନିୟନ୍ତ୍ରଣ କରାଯିବା ସହିତ ରୋଗର ଜଟିଳତାକୁ ହ୍ରାସ କରାଯାଇ ପାରିବ ।

Get real time updates directly on you device, subscribe now.