fbpx

ଲକ୍ଷାଧିକ କର୍ମଚାରୀଙ୍କ ପାଇଁ ଖୁସିଖବର, ସରକାର କଲେ କନଫର୍ମ! ଦୀପାବଳି ପୂର୍ବରୁ ମିଳିବ ୩ଟି ଉପହାର

ନୂଆଦିଲ୍ଲୀ: ଦେଶର ଲକ୍ଷାଧିକ କେନ୍ଦ୍ରୀୟ କର୍ମଚାରୀଙ୍କୁ ଦୀପାବଳି ପୂର୍ବରୁ ଏକ ବଡ଼ ଖୁସିଖବର ମିଳିବାକୁ ଯାଉଛିି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୋଟିଏ ନୁହେଁ, ଏକାସାଙ୍ଗରେ ୩ଟି ଉପହାର ମିଳିବ । ରିପୋର୍ଟ ଅନୁସାରେ, ଦୀପାବଳି ପର୍ଯ୍ରନ୍ତ କର୍ମଚାରୀଙ୍କୁ ୩ଟି ବଡ଼ ଉପହାର ମିଳିପାରେ । ଆସନ୍ତୁ ଜାଣିବା କ’ଣ…

ପ୍ରଥମ ଉପହାର-
ସେପ୍ଟେମ୍ବରରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାକୁ ଯାଉଛି । ଅର୍ଥାତ୍ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତାର ଉପହାର ମିଳିପାରେ । ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ୩୪ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପ୍ରଦାନ କରୁଛନ୍ତି । ଏଥର ଏହାକୁ ୪ ପ୍ରତିଶତ ହାରରେ ବୃଦ୍ଧି କରାଯାଇପାରେ । ତେବେ ସେପ୍ଟେମ୍ବର ମାସରେ କର୍ମଚାରୀମାନଙ୍କୁ ୩୮ ପ୍ରତିଶତ ହାରରେ ଡିଏର ସୁବିଧା ମିଳିବ । ଏହି ସୁବିଧା ହେତୁ କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ଘଟିବ । ଏହା ସହିତ ପେନସନଭୋଗୀଙ୍କୁ ମଧ୍ୟ ୩୮ ପ୍ରତିଶତ ହାରରେ ଡିଆର ମିଳିବ ।

ଦ୍ୱିତୀୟ ଉପହାର-
କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ସହିତ ଡିଏ ବକେୟା ଟଙ୍କା ମଧ୍ୟ ସେମାନଙ୍କ ଆକାଉଣ୍ଟରେ ଜମା ହେବ । ଜୁଲାଇ ୨୦୨୨ ରୁ କେନ୍ଦ୍ରୀୟ କର୍ମଚାରୀମାନେ ବର୍ଦ୍ଧିତ ଡିଏ ଟଙ୍କା ପାଇବେ । ଏହିପରି କର୍ମଚାରୀମାନେ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ବକେୟା ଆକାରରେ ଟଙ୍କା ପାଇବେ ।

ତୃତୀୟ ଉପହାର-
ଏହି ଦୁଇଟି ଉପହାର ବ୍ୟତୀତ କେନ୍ଦ୍ର ସରକାର ଦୀପାବଳି ପୂର୍ବରୁ କର୍ମଚାରୀଙ୍କ ଆକାଉଣ୍ଟକୁ ପିଏଫ୍ ସୁଧ ଟଙ୍କା ମଧ୍ୟ ଟ୍ରାନ୍ସଫର କରିପାରନ୍ତି । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ପର୍ବ ପୂର୍ବରୁ ଗ୍ରାହକଙ୍କ ଆକାଉଣ୍ଟକୁ ସୁଧ ପରିମାଣ ଟ୍ରାନ୍ସଫର କରିପାରେ । ଅକ୍ଟୋବର ଶେଷ ସୁଦ୍ଧା ସମସ୍ତଙ୍କ ଆକାଉଣ୍ଟରେ ୮.୧ ପ୍ରତିଶତ ହାରରେ ସୁଧ ଯୋଡାଯିବ । ଏଭଳି ପରିସ୍ଥିତିରେ ସେମାନେ ଦୀପାବଳି ପାଖାପାଖି ଏକ ଉପହାର ପାଇବେ । ଚଳିତ ଆର୍ôଥକ ବର୍ଷରେ ସୁଧ ୮.୧ ପ୍ରତିଶତ ହାରରେ ସ୍ଥିର କରାଯାଇଛି ।

Get real time updates directly on you device, subscribe now.