fbpx

୩୦ରେ କୃଷକଙ୍କ ସହ କେନ୍ଦ୍ର ସରକାରଙ୍କ ଆଲୋଚନା

ନୂଆଦିଲ୍ଲୀ,୨୮ ।୧୨: କୃଷି ଆଇନକୁ ନେଇ କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆସନ୍ତା ଡିସେମ୍ବର ୩୦ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଓ କୃଷକ ସଙ୍ଗଠନର ଆଲୋଚନା ହେବାକୁ ଯାଉଛି । ବୁଧବାର ଅପରାହ୍ନ ୨ଟାରେ ବିଜ୍ଞାନ ଭବନରେ ବୈଠକ ବସିବ । କୃଷକ ସଙ୍ଗଠନକୁ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ତେବେ ଏହି ବୈଠକ ଡିସେମ୍ବର ୨୯ରେ ବସିବାର ଥିଲା ।

Get real time updates directly on you device, subscribe now.