fbpx

ହୋଲି ଓ ଦୋଳଯାତ୍ରା ପାଇଁ କଡ଼ାକଡ଼ି ହେବ ଗାଇଡଲାଇନ୍, ଏନେଇ ରାଜ୍ୟମାନଙ୍କର ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

AAKASH

ନୂଆଦିଲ୍ଲୀ, ୨୦ା୩: ଆଗକୁ ଆସୁଛି ହୋଲି ଓ ଦୋଳଯାତ୍ରା । ତେବେ ଦେଶରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଏହି ପର୍ବପର୍ବାଣିରେ କୋଭିଡ ଗାଇଡଲାଇନ୍ କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ଚିଠି ମାଧ୍ୟମରେ କୁହାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି ।

ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସାମାଜିକ ଦୂରତା, ସାନିଟାଇଜର, ମାସ୍କ ଆଦି ବ୍ୟବହାର କରିବା ସହ କୋଭିଡ୍ ନିୟମକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଆସନ୍ତା ୨୮ ତାରିଖରେ ହୋଲି ଓ ୨୯ରେ ଦୋଳଯାତ୍ରା ପଡ଼ୁଥିବାରୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗକୁ ସଚେତନ ରହିବାକୁ କୁହାଯାଇଛି । ୫ ମାସ ଧରି କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ପୁଣି କିଛି ସପ୍ତାହ ଧରି ଦେଶର ଅନେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ଆସୁଥିବା ପର୍ବପର୍ବାଣିରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଥିପାଇଁ ସତର୍କ ରହିବା ଦରକାର ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.