fbpx

ମାର୍ଚ୍ଚରେ ବଢ଼ିବ ମହଙ୍ଗା ଭତ୍ତା! କେନ୍ଦ୍ର କ୍ୟାବିନେଟରେ ହେବ ବଡ଼ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀଙ୍କୁ ଖୁବଶୀଘ୍ର ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବାବଦରେ ଏକ ବଡ଼ ନିଷ୍ପତ୍ତି ହୋଇପାରେ । ଏହା ପୂର୍ବରୁ କେନ୍ଦ୍ର ସରକାର ଡିଏ ୪ ପ୍ରତିଶତ ବୃଦ୍ଧି କରିଥିଲେ । ତେବେ ଆସନ୍ତା ୧୫ ଦିନ ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା ଉପରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । କର୍ମଚାରୀମାନେ ମଧ୍ୟ ଏହି ଖୁସି ଖବର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।

ସୂଚନା ମୁତାବକ, ଆସନ୍ତା ମାସରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଡିଏ ବୃଦ୍ଧି ନେଇ ନିଷ୍ପତ୍ତି ହୋଇପାରେ । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ଅଫିସିଆଲ ଭାବେ କୌଣସି ସୂଚନା ଦିଆଯାଇନାହିଁ । ଯଦି ସରକାର ଡିଏ ବୃଦ୍ଧି ଘୋଷଣା କରନ୍ତି, ତେବେ ଜାନୁଆରରୀ-ଫେବୃଆରୀର ଏରିୟର ମଧ୍ୟ ମିଳିବ ବୋଲି କୁହାଯାଉଛି । ଡିଏ ୪ ପ୍ରତିଶତ ବୃଦ୍ଧି ନେଇ କର୍ମଚାରୀ ସଂଗଠନ ପକ୍ଷରୁ ଦାବି କରାଯାଇଛି । ଯଦି ଏପରି ହୁଏ ତେବେ ମୋଟ ଡିଏ ୩୮ ପ୍ରତିଶତରୁ ବୃଦ୍ଧି ପାଇଁ ୪୨ ପ୍ରତିଶତରେ ପହଞ୍ଚିଯିବ ।

ତେବେ ଡିଏ ବୃଦ୍ଧି ହେବା ଫଳରେ କର୍ମଚାରୀଙ୍କର ସାଲାରିରେ ମଧ୍ୟ ବୃଦ୍ଧି ଘଟିବ । ଯଦି ସରକାର ହୋଲି ପୂର୍ବରୁ ଡିଏ ବୃଦ୍ଧି ନିଷ୍ପତ୍ତି ନିଅନ୍ତି, ତେବେ ଏହାର ଫାଇଦା ୪୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀଙ୍କୁ ମିଳିବ । ନିୟମ ମୁତାବକ, ଡିଏ ଓ ଡିଅରନେନ୍ସ ଆଲାଉନ୍ସ (ଡିଆର) ବର୍ଷର ଜାନୁଆରୀ ଓ ଫେବୃଆରୀ ମାସରେ ବୃଦ୍ଧି ହେବାର ନିୟମ ରହିଛି । ମାତ୍ର ଗତ କିଛିବର୍ଷ ଧରି ଏ କ୍ଷେତ୍ରରେ ବିଳମ୍ବ ହେଉଥିବା ଦେଖାଯାଉଛି ।

Get real time updates directly on you device, subscribe now.