fbpx

‘ଡାନ୍ସ ଅଫ୍ ଡେଥ୍‌’ – ୪୦୦ ଲୋକଙ୍କ ଜୀବନ ଯାଇଛି

ଭୁବନେଶ୍ୱର : ଜୀବନ କେବେ ଏବଂ କେଉଁଠି ଚାଲିଯିବ, ତାହା କେହି ବି କହି ପାରିବେ ନାହିଁ । ବାଟରେ ଯାଉ ଯାଉ ଅଘଟଣ ଘଟିବା, ଠିଆ ହୋଇଥିବା ଲୋକ ହଠାତ୍ ଟଳି ପଡିବା, କଥା କଥା କହୁ କହୁ ହୃୃତଘାତ ଆସିବା, ଶୋଇଥିବା ଅବସ୍ଥାରେ ଜୀବନ ଚାଲିଯିବା ଏବଂ ଆକ୍ରମଣ ବା ପିଟା ପିଟା ହୋଇ ଜୀବନ ଚାଲିଯିବା ଏଭଳି ଅନେକ ଘଟଣା ସୋସିଆଲ ଦେଖିବାକୁ ମିଳେ । ଏସବୁ ମଧ୍ୟରୁ କେତେକ ଘଟଣା କ୍ୟାମେରା କଏଦ ହୁଏ । ଗୀତ ଗାଉଥିବା ସମୟରେ ବା ଭାଷଣ ଦେଉଥିବା ସମୟରେ ମଧ୍ୟ ଜୀବନ ଚାଲିଯିବାର ନଜିର ରହିଛି । ସେହପରିି ବିବାହର ବେଦୀରେ ଏବଂ ବିବାହର ଅଳ୍ପ କିଛି ସମୟ ପୂର୍ବରୁ ବା ପରେ ଜୀବନ ଯିବାର ଘଟଣା ଆପଣ ନିଶ୍ଚୟ ଶୁଣୁଥିବେ ।

Dancing plague

କିନ୍ତୁ କେବେ ନାଚି ନାଚି ଜୀବନ ଚାଲିଯିବା ଘଟଣା ଶୁଣିଛନ୍ତି କି? ଏହାକୁ ‘ଡାନ୍ସ ଅଫ୍ ଡେଥ୍‌’ ବୋଲି କୁହାଯାଏ ।

‘ଡାନ୍ସ ଅଫ୍ ଡେଥ୍‌’ ଇତିହାସର ଏବ ବଡ ଦୁର୍ଘଟଣାରୁ ମଧ୍ୟରୁ ଗୋଟିଏ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥିରେ ୪ଶହରୁ ଅଧିକ ଲୋକ ଡାନ୍ସ କରୁଥିବା ସମୟରେ ଟଳି ପଡିଥିଲେ । ଏହି ଘଟଣା ହେଉଛି ଫ୍ରାନ୍ସର ।

Mystery of dancing plague

ଘଟଣାଟି ହେଉଛି ଆଜକୁ ପ୍ରାୟ ୫୦୦ ପୂର୍ବର । ପ୍ରାୟ ୧୫୧୮ ମସିହାର ଏହି ଘଟଣା । ସେତେବେଳେ କରୋନା ଭଳି କିଛି ମହାମାରୀର ଛାୟ ବିଶ୍ୱରେ ଥିଲା । କିନ୍ତୁ ଆଜି ଭଳି ସ୍ୱାସ୍ଥ୍ୟସେବା ବା ଜ୍ଞାନକୌଶଳ ଉପଲବ୍ଧ ନ ଥିଲା । ତେଣୁ ସେହି ସମୟେରେ ମହାମାରୀ ତାଣ୍ଡବ ରଚିଥିଲା । କୁହାଯାଏ ସେହି ସମୟରେ ଲୋକ ଡାନ୍ସ କରୁ କରୁ ମୃତ୍ୟୁ ବରଣ କରୁଥିଲେ । ଏହି ମହାମାରୀରେ ପ୍ରାୟ ୪୦୦ ଲୋକ ଜୀବନ ହାରିଥିଲେ ।

What is dancing plague

ଏକ ରିପୋର୍ଟ ଅନୁସାରେ ୧୫୧୮ ମସିହା ଜୁଲାଇରେ ଜଣେ ଯୁବତୀ ହଠାତ୍ ଡାନ୍ସ କରୁ କରୁ ବେହୋସ୍ ହୋଇଗଲେ ଏବଂ ଚାହୁଁ ଚାହୁଁ କିଛି ସମୟ ମଧ୍ୟରେ ମୃତ୍ୟୁବରଣ କଲେ । ଏହା ପରେ ବିନା ମ୍ୟୁଜିକ୍ ରେ ଜଣେ ଯୁବତୀ ଡାନ୍ସ କରି କରି ଘରୁ ବାହାରକୁ ଆସିଲେ ଏବଂ ତାଙ୍କୁ ଅଟକାଇବା ପାଇଁ ଅନେକ ଲୋକ ଚେଷ୍ଟା କଲେ କିନ୍ତୁ ଅଟକାଇ ପାରିଲେ ନାହିଁ । ଯୁବତୀଙ୍କୁ ଦେଖି କିଛି ଲୋକ ମଧ୍ୟ ତାଙ୍କ ସହ ମିଶି ଡାନ୍ସ କଲେ ଏବଂ ଦେଖୁ ଦେଖୁ ସମସ୍ତଙ୍କ ଜୀବନ ଚାଲିଗଲା । ଏଥିରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଏ ।

What is dance of death

ଏହି ଅଜବ ଡାନ୍ସ ମୃତ୍ୟୁ ଉପରୁ ପର୍ଦା ଉଠିପାରିନଥିଲା । କିନ୍ତୁ ବୈଜ୍ଞାନିକମାନେ ମତ ଦିଅନ୍ତି ଯେ, କୌଣସି ପ୍ରକାର ମନୋରାସାୟନିକ ଦ୍ରବ୍ୟ ସେବନ କରିବା କରଣରୁ ଏପରି ହୋଇଥାଏ ପାରେ । କିନ୍ତୁ ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Story of dance of death

ଡାନ୍ସିଂ ପ୍ଲେଗ କାରଣରୁ ଅନେକ ଲୋକ ଜୀବନ ହରାଇଛନ୍ତି । କିନ୍ତୁ କିଛି ଦିନ ପରେ ଆପେ ଆପେ ଏହି ଘଟଣା ବନ୍ଦ ହୋଇଗଲା । ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ ଯେ, ଡାନ୍ସିଂ ପ୍ଲେଗ୍ କେଉଁ କାରଣରୁ ଆରମ୍ଭ ହୋଇଥିଲା ଏବଂ କିଭଳି ବନ୍ଦ ହେଲା ।

Dancing plague story

କିଛି ଲୋକ ଏହାକୁ ତନ୍ତ୍ର ସାଧନା ବୋଲି ମଧ୍ୟ କୁହନ୍ତି । ସେହି ସମୟରେ ଚମତ୍କାର ଏବଂ ସଇତାନ୍ ଶକ୍ତି ବା ଅନ୍ଧ ବିଶ୍ୱାସକୁ ଲୋକେ ବିଶ୍ୱାସ କରୁଥିଲେ । ସେ ଯାହ ବି ହେଉ, ଆଜି ଯାଏଁ ସେହି ରହସ୍ୟର ପର୍ଦ୍ଦାଫାସ ହୋଇନାହିଁ, ରହସ୍ୟ ରହସ୍ୟରେ ରହିଯାଇଛି ।

Get real time updates directly on you device, subscribe now.