fbpx

କୋହଲିଙ୍କ ବିରାଟ ଧମାକା ; ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ, ଅନ୍ତର୍ଜାତୀୟ ସ୍ତରରେ ଦୋହରାଇଲେ ଇତିହାସ

ନୂଆଦିଲ୍ଲୀ : ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଏକ ରେକର୍ଡ ସୃଷ୍ଟି କରିଛନ୍ତି। କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୨୫ ହଜାର ରନ୍ ପୂରଣ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ସ୍କୋର କରିଥିବା କୋହଲି ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ୨୫ ହଜାରରୁ ଅଧିକ ରନ୍ ସ୍କୋର କରିଥିବା କୋହଲି ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ୨୫ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୩୪,୩୫୭ ରନ୍ ସ୍କୋର କରିବାରେ ତେନ୍ଦୁଲକର ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସଚିନ ତେନ୍ଦୁଲକର ୧୦୦ଶତକରେ ୩୪୩୫୭ ରନ ସ୍କୋର କରିବାରେ ସଫଳ ହୋଇଥିବାବେଳେ ୬୬୪ ଟି ମ୍ୟାଚର ୭୮୨ ଇନିଂସରେ ବ୍ୟାଟିଂ କରିଥିଲେ। ଏହି ପରିପ୍ରେକ୍ଷୀରେ ଦ୍ୱିତୀୟ ନମ୍ବର ହେଉଛି ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଯିଏ ୨୮୦୧୬ ରନ୍ ସ୍କୋର କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ୍ ରେ ୨୭୪୮୩ ରନ୍ ସ୍କୋର କରି ରିକି ପୋଟିଂ ତାଙ୍କ କ୍ୟାରିୟରରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହା ବ୍ୟତୀତ ଜୟୱାର୍ଡେନ ୨୫୯୫୭ ରନ୍, ଜ୍ୟାକ୍ କଲିସ୍ ୨୫୫୩୪ ରନ୍ ସ୍କୋର କରିଛନ୍ତି।

ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରୁ ଅଧିକ ରନ୍ ସ୍କୋର କରିବାରେ କୋହଲି ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ । କୋହଲି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲି ୫୪୯ ଆନ୍ତର୍ଜାତୀୟ ଇନିଂସରେ ୨୫ ହଜାର ରନ୍ ପୂରଣ କରିଥିବାବେଳେ ସଚିନଙ୍କୁ ଏହି ରନ୍ ହାସଲ କରିବାକୁ ୫୭୭ ଇନିଂସ ଖେଳିବାକୁ ପଡିଥିଲା ।

Get real time updates directly on you device, subscribe now.