fbpx

Mouth Cancer ସାଧାରଣ ନୁହେଁ, ନେଇଯିବ ଜୀବନ: ଜାଣନ୍ତୁ ୭ଟି ଭୟଙ୍କର ଲକ୍ଷଣ

Advertisement

ନୂଆଦିଲ୍ଲୀ: ଗତ କିଛିବର୍ଷ ଧରି ମାଉଥ୍ କ୍ୟାନସର ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏହାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ । ଓରାଲ ହେଲଥ ଫାଉଣ୍ଡେସନ (ଓଏଚଏଫ)ର ଡାଟା ମୁତାବକ, ଗତ ଦଶବର୍ଷ ମଧ୍ୟରେ ଏହି ବୀମାରୀ ୩୪ ପ୍ରତିଶତ ବୃଦ୍ଧି ପାଇଛି । ଅଧିକାଂଶ ଲୋକ ମାଉଥ୍ କ୍ୟାନସରକୁ ସାଧାରଣ ଭାବେ ନେଇଥାନ୍ତି । ମାତ୍ର ଭବିଷ୍ୟତରେ ଏହା ଭୟଙ୍କର ହୋଇପାରେ । ଏପରିକି ଜଣଙ୍କର ଜୀବନହାନୀର କାରଣ ମଧ୍ୟ ସାଜିପାରେ ।

ଓଏଚଏଫର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ ମତରେ, ଏହି ବିମାରୀ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଏହି କ୍ୟାନସର ଯେ କୌଣସି ଲୋକଙ୍କୁ ପ୍ରଭାବିତ କରିବା ସହିତ ଜଣଙ୍କର ଜୀବନକୁ ଖରାପ କରିଦେଇପାରେ । ଏହି ରୋଗ କାରଣରୁ ବ୍ୟକ୍ତିର କହିବାର ତରିକା ବଦଳି ଯାଇଥାଏ । ଖାଇବା, ପିଇବା କ୍ଷେତ୍ରରେ ଅଧିକ ସମସ୍ୟା ଉପୁଜିଥାଏ । ଏଥିସହିତ ଆପଣଙ୍କର ଶାରୀରିକ ରୂପ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥାଏ ।

ରିସର୍ଚ୍ଚର ଜଣାପଡ଼ିଛି, ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ କ୍ୟାନସର ଜିଭରୁ ମିଳିଛି । ସେହିପରି ଚାରି ଜଣ ମଧ୍ୟରୁ ଜଣଙ୍କଠାରେ କ୍ୟାନସର ଟନସିଲରେ ଦେଖିବାକୁ ମିଳିଥିଲା । ଏହି ବିମାରୀ ଉପରେ ନଜର ରଖିବାକୁ ହେଲେ ଆପଣଙ୍କୁ ଓଠ, ଗଳାର ଭିତର ଆଦି ଅଂଶ ଲଗାତର ଭାବେ ଚେକ୍ କରିବା ଜରୁରୀ । ଗତ କିଛିବର୍ଷ ଧରି ଏହି ବୀମାରୀର ଆରୋଗ୍ୟ ହାରରେ ମୁସ୍କିଲ ଭାବେ ସୁଧାର ଦେଖିବାକୁ ମିଳିଥିଲା । ମୁହଁରେ ଧରା ବା ଲାଲ ରଙ୍ଗର ଦାଗ ଦେଖାଯିବା, ମୁହଁ ଭିତରେ ଜମାଟ ବାନ୍ଧିବା, କହିବାର ତରିକା ବଦଳଯିବା, ମୁହଁରେ ଛାଲି ହେବା, ୨୧ ଦିନ ମଧ୍ୟରେ ତାହା ଭଲ ନହେବା ଆଦି ସବୁ ମୁଖ କର୍କଟର ଗୋଟିଏ ଗୋଟିଏ ଲକ୍ଷଣ ଅଟେ । ତେଣୁ ଏହିସବୁ ଲକ୍ଷଣକୁ ଅଣଦେଖା କରିବା ଅନୁଚିତ ।

Get real time updates directly on you device, subscribe now.