fbpx

କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ କୌଣସି ବୀମା ବ୍ୟବସ୍ଥା ନାହିଁ: ମୋଦୀ ସରକାର

Advertisement

ନୂଆଦିଲ୍ଲୀ: କରୋନା ମହାମାରୀରେ ପ୍ରାଣ ହରାଇଥିବା ରୋଗୀ ମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଦେବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ତେବେ ଏହି ଆବେଦନ ଉପରେ ମତ ରଖି କେନ୍ଦ୍ର ସରକାର କହିଥିଲେ ଯେ, କେବଳ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହିଁ ଏହି ଆର୍ଥିକ ସହାୟତା ଦିଆଯାଇଥାଏ । ହେଲେ କରୋନା ଏକ ମହାମାରୀ ହୋଇଥିବା ବେଳେ ଏଥିରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଯଦି ସମସ୍ତଙ୍କୁ ୪ ଲକ୍ଷ ଟଙ୍କା ଦିଆଯାଏ ତେବେ ଦେଶ ଆହୁରି ଆର୍ଥିକ ସଙ୍କଟରେ ଫସିଯିବ । ଏନେଇ କେନ୍ଦ୍ର ପକ୍ଷରୁ ୨୦୨୦ ଅକ୍ଟୋବର୍ ମାସରେ ସମାନ ପ୍ରତିକ୍ରିୟା ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏନେଇ ପୁଣି ଥରେ ଶୁଣାଣି ହେବା ପରେ କେନ୍ଦ୍ର ସମାନ କଥାକୁ ପୂଣି ଥରେ ଦୋହରାଇଛି ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଏକ ସ୍ପଷ୍ଟୀକରଣ ପ୍ରସ୍ତୁତ କରିଛି ଯେଉଁଥିରେ ସ୍ପଷ୍ଟରୂପେ କୁହାଯାଇଛି ଯେ, କୋଭିଡ୍ ମହାମାରୀରେ ପ୍ରାଣ ହରାଇଥିବା ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା କରାଯାଇପାରିବ ନାହିଁ । କାରଣ ଏହା ରାଜକୋଷର ସାମର୍ଥ୍ୟ ବାହାରେ ଏବଂ ବର୍ତ୍ତମାନ ପରିସ୍ଥିତିରେ ବିଭିନ୍ନ ରାଜ୍ୟର ସରକାର ଗମ୍ଭୀର ସ୍ଥିତି ଦେଇ ଗତି କରୁଛନ୍ତି ।

ବାସ୍ତବରେ, ଜୁନ୍ ୨୧ ରେ, ସୁପ୍ରିମକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଜାତୀୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ର ସହାୟତା ରାଶି ଦିଆଯିବ ନାହିଁ ବୋଲି ନିଷ୍ପତି ନିଆଯାଇଥିଲା ? ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ହିତାଧିକାରୀଙ୍କ ମନରେ ଥିବା ସବୁ ପ୍ରକାର ଦ୍ୱନ୍ଦକୁ ଦୂର କରିବାକୁ ସମାନ କ୍ଷତିପୂରଣ ଯୋଜନା ପ୍ରସ୍ତୁତ କରାଯାଇପାରେ ।

କେନ୍ଦ୍ର ସରକାର କୋର୍ଟରେ ଦାଖଲ କରିଥିବା ଆଫିଡେଭିଟ୍ରେ କହିଛନ୍ତି ଯେ, ଆର୍ଥିକ ସ୍ଥିତି ମଧ୍ୟରେ କେନ୍ଦ୍ର ତଥା ରାଜ୍ୟର ଆର୍ଥିକ ସ୍ଥିତିକୁ ନେଇ ଚାପ ଥିବାରୁ ଏକ୍ସ-ଗ୍ରାଟିଆ ରାଶି ବହନ କରିବା କଷ୍ଟସାଧ୍ୟ । କେନ୍ଦ୍ର କହିଛି ଯେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ନିର୍ମାଣ, ସମସ୍ତଙ୍କ ପାଇଁ ଖାଦ୍ୟ ସୁନିଶ୍ଚିତ କରିବା, ସମଗ୍ର ଜନସଂଖ୍ୟାଙ୍କ ଟିକାକରଣ ଏବଂ ଅର୍ଥନୈତିକ ପ୍ୟାକେଜ୍ ଯୋଗାଇବା ପାଇଁ ପୃଥକ ଭାବରେ ରଖାଯାଇଥିବା ଅର୍ଥ ବଦଳରେ ଆମେ ଅନ୍ୟ ଜିନିଷ ପାଇଁ ରହିଥିବା ପାଣ୍ଠିକୁ ବ୍ୟବହାର କରୁଛୁ ।

Get real time updates directly on you device, subscribe now.