fbpx

ଇମ୍ୟୁନିଟି ବଢାଇବା ପାଇଁ ଖାଦ୍ୟ ଲିଷ୍ଟ ଜାରି କଲା କେନ୍ଦ୍ର, ଯେଉଁଥିରେ ଡାର୍କ ଚକୋଲେଟ୍ ସହ ଏହିସବୁ ସାମିଲ…

ନୂଆଦିଲ୍ଲୀ,୯ ।୫: ସାରା ଦେଶରେ କରୋନା ମହାମାରୀ ବଢିବଢି ଚାଲିଛି । ଏହି ସମୟରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ କରୋନା ବାଧ୍ୟ କରିଛି । ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଓ ଆବଶ୍ୟକ ପୋଷକ ତତ୍ତ୍ୱର ବ୍ୟବହାର ଆପଣଙ୍କ ଶରୀରକୁ କରୋନାର ଭୟଙ୍କର ଲହରଠାରୁ ରକ୍ଷାକରିପାରିବ । ସୁସ୍ଥ ଏବଂ ଫିଟ୍ ହେବା ପାଇଁ କେଉଁ ପ୍ରକାରର ଖାଦ୍ୟ ଆବଶ୍ୟକ ତାହା ଆପଣ ଜାଣିବା ନିହାତି ଜରୁରୀ । ମହାମାରୀରେ ସୁସ୍ଥ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ମାଇଗୋଭିଣ୍ଡିଆ ଟ୍ୱିଟର ହ୍ୟାଣ୍ଡେଲରେ କିଛି ଖାଦ୍ୟ ସାମଗ୍ରୀ ତାଲିକାଭୁକ୍ତ କରିଛନ୍ତି, ଯାହାକି କୋଭିଡ -୧୯ ସଙ୍କଟ କାଳରେ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିବ ।

କୋଭିଡ -୧୯ ରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ ମାଂସପେଶୀ, ରୋଗ ପ୍ରତିରୋଧକ ଶକ୍ତି ଏବଂ ଶକ୍ତି ସ୍ତରର ପୁନରୁଦ୍ଧାର ଉପରେ ଧ୍ୟାନ ଦେବା ଉଚିତ । ତେବେ କୋଭିଡ୍ -୧୯ ରୋଗୀଙ୍କ ପାଇଁ ଡାର୍କ ଚକୋଲେଟ୍‌, କଦଳୀ କ୍ଷୀର, ପ୍ରୋଟିନ୍ ଭରପୂର ଖାଦ୍ୟ ସୁପାରିଶ କରିଛନ୍ତି । ତେବେ ଆସନ୍ତୁ ଜାଣିବା କେନ୍ଦ୍ର ସରକାରଙ୍କ ଲିଷ୍ଟରେ କ’ଣ ରହିଛି ଖାଦ୍ୟ….

-ପ୍ରୋଟିନ ପାଇଁ ଚିକେନ୍‌, ମାଛ, ଅଣ୍ଡା, ସୋୟା, ବାଦାମ୍‌, ପନିର୍ ଖାଇବା ଉଚିତ୍ ।

-ବାଦାମ, ଅଖରୋଟ୍‌, ଅଲିଭ୍ ତେଲ, ସୋରିଷ ତେଲ ବ୍ୟବହାର କରିବାକୁ କୁହାଯାଇଛି ।

-ନିୟମିତ ଶାରୀରିକ କାର୍ଯ୍ୟକଳାପ ଯେପରିକି ଯୋଗ ଏବଂ ନିଶ୍ୱାସ ପ୍ରଶ୍ୱାସ (ପ୍ରାଣାୟାମ) କରିବା ଆବଶ୍ୟକ ।

-ଚିନ୍ତାରୁ ମୁକ୍ତି ପାଇବା ପାଇଁ ଅଳ୍ପ ପରିମାଣର ଡାର୍କ ଚକୋଲେଟ୍ ଖାଆନ୍ତୁ ଯେଉଁଥିରେ ଅତିକମରେ ୭୦ ପ୍ରତିଶତ କୋକୋ ଥିବ ।

-ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁୁ ଦିନକୁ ଥରେ କଦଳୀ କ୍ଷୀର ପିଅନ୍ତୁ ।

-ଗାଇଡଲାଇନ୍ ଅନୁସାରେ, ଅଧିକାଂଶ କୋଭିଡ -୧୯ ରୋଗୀ ସେମାନଙ୍କର ସ୍ୱାଦ, ଗନ୍ଧ ହରାଇଥାନ୍ତି, ଫଳରେ ଖାଦ୍ୟ ଗିଳିବା କଷ୍ଟକର ହୋଇଥାଏ । ତେଣୁ ନରମ ଖାଦ୍ୟ ଖାଇବା ଜରୁରୀ ।

Get real time updates directly on you device, subscribe now.