fbpx

କେନ୍ଦ୍ର ସରକାରଙ୍କ ନୂଆ ନିୟମ: ଏଣିକି ରାଜ୍ୟସଭାର ସଦସ୍ୟମାନେ ଗୃହରେ ‘ଥାଙ୍କ ୟୁ’, ‘ବନ୍ଦେ ମାତରମ୍’, ‘ଜୟ ହିନ୍ଦ’ ନାରା ଦେଇ ପାରିବେନି

ନୂଆଦିଲ୍ଲୀ: ଆଉ ତିନି ଦିନ ପରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି । ରାଜ୍ୟସଭାର ସଦସ୍ୟମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି । ଏଣିକି ବିଦେଶ ଯାତ୍ରା ପୂର୍ବରୁ ରାଜ୍ୟସଭାର ସଦସ୍ୟମାନେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେବେ । ଏଥିସହିତ ଗୃହରେ ‘ଥାଙ୍କ ୟୁ’, ‘ବନ୍ଦେ ମାତରମ୍’ ଓ ‘ଜୟ ହିନ୍ଦ’ ଆଦି ନାରା ଦେଇ ପାରିବେନି ବୋଲି ନିୟମରେ କୁହାଯାଇଛି ।

ଡିସେମ୍ବର ୪ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟସଭାର ସଦସ୍ୟଙ୍କ ପାଇଁ କିଛି ନୀତି, ନିୟମ ଜାରି ଜାରି କରିଛନ୍ତି । ଏଣିକି ରାଜ୍ୟସଭାର ସଦସ୍ୟମାନେ ଗୃହ ଭିତରେ ‘ଜୟ ହିନ୍ଦୁ’, ‘ଥାଙ୍କ ୟୁ’, ‘ବନ୍ଦେ ମାତରମ୍’ ପରି ନାରା ସବୁ ଦେଇ ପାରିବେନି । ସଦନରେ ଉଠିଥିବା ବିଷୟକୁ ପୂର୍ବରୁ ପ୍ରଚାର କରିପାରିବେନି । ନୋଟିସ ମଞ୍ଜୁର ନହେବା ପର୍ଯ୍ୟନ୍ତ ସ୍ଥାୟୀ ସଦସ୍ୟଙ୍କୁ ମଧ୍ୟ ଏହା ନ କହିବାକୁ କୁହାଯାଇଛି ।

ସଂସଦ ଭବନର ମାନ ମର୍ଯ୍ୟାଦା ରଖିବା ପାଇଁ ଧ୍ୟାନ ଦେବାକୁ ସାଂସଦମାନଙ୍କୁ କୁହାଯାଇଛି । ଏଥିସହିତ ଗୃହର କାର୍ଯ୍ୟ ଚାଲିଥିବା ସମୟରେ କୌଣସି ନାରାବାଜୀ ଓ ପ୍ଲାକାର୍ଡ ନ ଦେଖାଇବାକୁ ପରାମର୍ଶ ଦିଆଯାଇଛି । ଯେ ପର୍ଯ୍ୟନ୍ତ କୌଣସି ନୋଟିସକୁ ସ୍ୱୀକାର କରାଯାଇନାହିଁ, ସେ ପର୍ଯ୍ୟନ୍ତ ଏହାର ପ୍ରଚାର ନ କରିବାକୁ କୁହାଯାଇଛି । କୌଣସି ମିଡ଼ିଆ ବା ଅନ୍ୟ କୌଣସି ମଞ୍ଚରେ ବା ଅନ୍ୟ ସାଥୀ ସାଂସଦଙ୍କ ସହ ଏହି ନୋଟିସ ପ୍ରସଙ୍ଗରେ କୌଣସି ତଥ୍ୟ ଶେୟାର ନ କରିବାକୁ କୁହାଯାଇଛି । ସାଂସଦମାନେ ବ୍ୟକ୍ତିଗତ ଭାବେ ବିଦେଶ ଯାତ୍ରା କରିବା ପୂର୍ବରୁ ନିୟମ ମାନିବା ଆବଶ୍ୟକ । ନିରପେକ୍ଷତା ଅବଲମ୍ବନ କରିବା ସହିତ ନିଜର କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ । କୌଣସି ଦେଶର ସରକାରୀଙ୍କ ଠାରୁ କୌଣସି ଉପହାର ଗ୍ରହଣ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେବା ଆବଶ୍ୟକ ।

Get real time updates directly on you device, subscribe now.