fbpx

ଭିଟାମିନ୍ ‘ସି’ରେ ଭରପୁର ଅଁଳା, ଓଜନ ହ୍ରାସ ପାଇଁ ଲାଭକାରୀ

ଶୀତ ଦିନେ ଅନେକ ଭାଇରସ ଓ ବ୍ୟାକଟେରିଆ ସକ୍ରିୟ ହୋଇଯାନ୍ତି । ଫ୍ଲୁ, ଭାଇରାଲ ଇନଫେକ୍ସନ, ଥଣ୍ଡା ଓ କାଶର ଆଶଙ୍କା ବୃଦ୍ଧି ପାଇଥାଏ । ତେଣୁ ଏହି ସବୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିଥାଏ । ଏହି ସମୟରେ ଭିଟାମିନ୍ ‘ସି’ ଯୁକ୍ତ ଖାଦ୍ୟପେୟ କରିବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ବିଭିନ୍ନ ପ୍ରକାର ସଂକ୍ରମଣରୁ ମୁକ୍ତି ମିଳିଥାଏ । ଅଁଳାରେ ଭିଟାମିନ୍ ‘ସି’, ଭିଟାମିନ୍‌, ମିନେରାଲ୍‌, ଆଇରନ୍‌, କ୍ୟାଲସିୟମ, ପୋଟାସିୟମ, ଫାଇବର ଭରପୁର ମାତ୍ରାରେ ରହିଛି । ଚର୍ମ, କେଶ, ଆଖି ଏବଂ ଅନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ଏହା ରାମବାଣ ପରି କାମ କରେ ।

ତେବେ ଆସନ୍ତୁ ଜାଣିବା ଶୀତ ଦିନେ ଅଁଳା ଖାଇବା ଦ୍ୱାରା କ’ଣ ଫାଇଦା ହୋଇଥାଏ :

– ଅଁଳା ଏକ ଫାଇବର ଯୁକ୍ତ ଫଳ ଯାହା ପାଚନ ପ୍ରକ୍ରିଆକୁ ସୁସ୍ଥ ରଖିଥାଏ । ଶୀତ ଦିନେ ଅଁଳାର ସେବନ କଲେ କୋଷ୍ଠକାଠିନ୍ୟ, ଏସିଡ଼ିଟି ଓ ଅପଚ ହୋଇନଥାଏ ।

– ଅଁଳା, ଆଣ୍ଟିବାୟୋଟିକ ଗୁଣରେ ଭରପୁର । ଅଳାଁ ରକ୍ତ ଶର୍କରା ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ । ନିୟମିତ ଭାବେ ଅଁଳାର ସେବନ ବା ଜୁସ୍ ପିଇବା ମଧୁମେହ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ ।

– ଅଁଳା ଡ଼ିଟକ୍ସିଫାଇଙ୍ଗ୍ ଗୁଣରେ ଭରପୁର ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । ଚର୍ମ ରୋଗ ପାଇଁ ଏହା ଲାଭକାରୀ ଅଟେ ।

– ଆଣ୍ଟିଅକ୍ସିଡ଼ାଣ୍ଟ ଏବଂ ଭିଟାମିନ ‘ସି’ରେ ଭରପୁର ଅଁଳା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଯାହା ଥଣ୍ଡା, ଜ୍ୱର, କାଶ ଓ ସର୍ଦ୍ଦିରୁ ଉପସମ ଦେଇଥାଏ ।

– ପ୍ରତିଦିନ ସକାଳେ ଗୋଟିଏ ଅଁଳାର ସେବନ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଅଁଳାରେ ଫାଇବର ମାତ୍ରା ଅଧିକ ଥିବାରୁ ମେଟାବୋଲିଜିମ୍ ବୃଦ୍ଧି କରିବା ସହ ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ ବାହାର କରିଥାଏ ।

Get real time updates directly on you device, subscribe now.