fbpx

ଚ୍ୟାଲେଞ୍ଜର ଟ୍ରଫି ମ୍ୟାଚ୍ ବାତିଲ

କଟକ, ୪ା୧(ଓଡ଼ିଶା ଭାସ୍କର): ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ପ୍ରଥମ ମ୍ୟାଚ ବାତିଲ ହୋଇଥିବା ସୂଚନା ମିଳିଛି । ଅନିଶ୍ଚିତତା ମଧ୍ୟରେ ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଆଜି ପ୍ରଥମ ମ୍ୟାଚ ଥିଲା । ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି । ବର୍ଷା ହେବା କାରଣରୁ ପଡ଼ିଆ ଓଦା ଏବଂ ପାଗ ଖରାପ ଥିବାରୁ ଟସ ଏବଂ ମ୍ୟାଚ ମଧ୍ୟ ହୋଇପାରିଲାନି ନାହିଁ । ବାରବାଟୀ ଷ୍ଟାଡ଼ିଅମରେ ଭାରତ-ଏ ଓ ବି ଟିମର ଖେଳାଳି ଆଜି ଏହି ମ୍ୟାଚ ପାଇଁ ଉପସ୍ଥିତ ରହିଥିଲେ । ଜାନୁଆରି ୧୦ଯାଏ ବାରବାଟୀରେ ଖେଳାଯିବ ଚ୍ୟାଲେଞ୍ଜର ଟ୍ରଫି ମ୍ୟାଚ ।

Get real time updates directly on you device, subscribe now.