fbpx
BSKY SKY
BSKY SKY

ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ୍‌

BSKY

ରାଞ୍ଚି: ଗତ କିଛି ଦିନ ଧରି ଝାଡ଼ଖଣ୍ଡରେ ଚାଲିଥିବା ରାଜନୈତିକ ହଟଚମଚର ଅନ୍ତ ହୋଇଛି । ହେମନ୍ତ ସୋରେନଙ୍କ ସ୍ଥାନରେ ଚମ୍ପଇ ସୋରେନଙ୍କୁ ଝାଡ଼ଖଣ୍ଡର ଦାୟୁତ୍ୱ ଦିଆଯିବ । ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ୍‌ । ୧୦ ଦିନ ମଧ୍ୟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଚମ୍ପାଇ ସୋରେନ୍ ପୂର୍ବରୁ ହେମନ୍ତ ସୋରେନ୍ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ସେ ପରିବହନ ବିଭାଗ ଦାୟିତ୍ୱରେ ଥିଲେ ।

ଚମ୍ପାଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବରିଷ୍ଠ ନେତା ଏବଂ ସେ ସରାଇକେଲା ବିଧାନସଭା ଆସନରୁ ବିଧାୟକ । ଝାଡ଼ଖଣ୍ଡ ସରକାରରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ମଧ୍ୟ ଚମ୍ପଇ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କୁ କୋଲହାନର ବାଘ ମଧ୍ୟ କୁହାଯାଏ । ଅର୍ଜୁନ ମୁଣ୍ଡାଙ୍କ କାର୍ଯ୍ୟକାଳ ରେ ଚମ୍ପାଇ ସୋରେନ ଜେଏମଏମ-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଝାଡ଼ଖଣ୍ଡ ରାଜନୀତିର ସବୁଠାରୁ ବଡ଼ ଚେହେରା ଶିବୁ ସୋରେନଙ୍କ ମଧ୍ୟ ସେ ଖୁବ୍ ନିକଟତର ।

ଝାଡ଼ଖଣ୍ଡର କୋଲହାନ ଅଞ୍ଚଳରେ ଚମ୍ପଇ ସୋରେନଙ୍କର ବହୁତ ପ୍ରଭାବ ରହିଛି, ସେଥିପାଇଁ ତାଙ୍କୁ ‘ଟାଇଗର’ ବୋଲି କୁହାଯାଏ । ହେମନ୍ତ ସୋରେନଙ୍କ ଇସ୍ତଫା ଓ ଗିରଫ ପରେ କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା, କିନ୍ତୁ ଆଜି ସେ ସିଏମ ହେବାକୁ ଯାଉଛନ୍ତି ।

Get real time updates directly on you device, subscribe now.