fbpx
BSKY
BJD MS SKY
BJD YOUTH SKY

BREAKING… ଖୋର୍ଦ୍ଧା; ଜାତୀୟ ରାଜପଥରେ ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୨୦ ଆହତ

ଖୋର୍ଦ୍ଧା: ଜାତୀୟ ରାଜପଥରେ ବସ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ୨୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା । ୧୬ନଂ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ଏଭଳି ଦୁର୍ଘଟଣା ଘଟିଛି । ୨୦ ଆହତ ଯାତ୍ରୀଙ୍କୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନେ ପୁରୀ ପରିକ୍ରମା ପ୍ରକଳ୍ପ ବୁଲିବାକୁ ଯାଉଥିଲେ । ଯିବା ରାସ୍ତାରେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ବସ୍‌ଟି ରାୟଗଡ଼ା ଜିଲ୍ଲାରୁ ଯାତ୍ରୀଙ୍କୁ ଧରି ପୁରୀ ଅଭିମୁଖେ ଯାଉଥିଲା । ବସଟି ରାୟଗଡ଼ା ଜିଲ୍ଲା ଗୁଡାରି ଏନଏସିରୁ ୪୨ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିଲା । ମେଡିକାଲରେ ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ।

 

Get real time updates directly on you device, subscribe now.