fbpx
BSKY SKY
BSKY SKY

ଫୁଟବଲ ଫ୍ୟାନଙ୍କ ପାଇଁ ଦୁସମ୍ବାଦ: ଯୁଦ୍ଧ ପାଇଁ ଘୁଞ୍ଚିଲା ଚାମ୍ପିୟନ୍ସ ଲିଗ୍ ଫାଇନାଲ ମୁକାବିଲା

BSKY

ନୂଆଦିଲ୍ଳୀ: ଫୁଟବଲ ଫ୍ୟାନଙ୍କ ପାଇଁ ଖରାପ ଖବର । ଚାମ୍ପିୟନ୍ସ ଲିଗର ଫାଇନାଲକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଋଷିଆର ସେଣ୍ଟ ପିଟସବର୍ଗରେ ଏହି ଫାଇନାଲ ମୁକାବିଲା ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ଆସନ୍ତା ମେ ୨୮ ତାରିଖରେ ଏହି ଫାଇନାଲ ଖେଳା ଯାଇଥାନ୍ତା । ଏପରିକି ଋଷିଆ ଏବଂ ୟୁକ୍ରେନର କିଛି ଦଳ ମଧ୍ୟ ଚାମ୍ପିୟନ୍ସ ଲିଗରେ ଅଂଶଗ୍ରହଣ କରୁଛନ୍ତି । ତେବେ ଦୁଇଟି ଯାକ ଦଳ କୌଣସି ନ୍ୟୁଟ୍ରାଲ ଭେନ୍ୟୁ ଚୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ ମେ ୨୮ରେ ଖେଳାଯିବାକୁ ଥିବା ମୁକାବିଲା ବର୍ତ୍ତମାନ ପ୍ୟାରିସରେ ଖେଳାଯିବ । ଉଭୟ ଋଷ ଏବଂ ୟୁକ୍ରେନର ଦଳ ମାନଙ୍କୁ ଅଂଶଗ୍ରହଣର ସୁଯୋଗ ମଳିବ ମାତ୍ର ବିକଳ୍ପ ଭେନ୍ୟୁ ଚୟନ ପାଇଁ ସର୍ତ୍ତ ରଖିଛି ୟୁଏଫା । ଏହି ନିଷ୍ପତ୍ତି ପରେ ଦୁଃଖ ପ୍ରକାଶ କରିଛନ୍ତି କ୍ରେମଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ । ସେ କହିଛନ୍ତି ମ୍ୟାଚ୍ ଆୟୋଜନର ସମସ୍ତ ସୁବିଧା ପ୍ରଦାନ କରିପାରିଥାନ୍ତା ସେଣ୍ଟ ପିଟସବର୍ଗ । ମାତ୍ର କୌଣସି ପରାମର୍ଶ ବିନା ୟୁଏଫାର ଏଭଳି ନିଷ୍ପତ୍ତି ନିନ୍ଦନୀୟ । ଗାଜପ୍ରମ ଷ୍ଟାଡିୟମ ନାମରେ ପ୍ରସିଦ୍ଧ ଏହି ଷ୍ଟାଡିୟମରେ ୨୮ ହଜାର ଦର୍ଶକ ବସିବାର କ୍ଷମତା ରହିଛି ।

Get real time updates directly on you device, subscribe now.