fbpx
BSKY SKY
BSKY SKY

ଫେରିବେ ୟୁକ୍ରେନରେ ଫସିଥିବା ଓଡ଼ିଆ, ଜୟଶଙ୍କରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ ବିଭୀଷିକା । ରୁଷ ଏହାର ସୈନ୍ୟବଳ ସହ ଆଗକୁ ବଢ଼ୁଥିବା ବେଳେ ୟୁକ୍ରେନ ମଧ୍ୟ ଜବାବି ହମଲା କରୁଛି । ଏହାରି ମଧ୍ୟରେ ଯୁଦ୍ଧକୁ ନେଇ ବିଶ୍ୱ ସ୍ତରରେ ସୃଷ୍ଟି ହୋଇଛି ଆଲୋଡ଼ନ । ବିଶ୍ୱସ୍ତରରେ ଯୁଦ୍ଧ ରୋକିବାକୁ ଚାଲିଛି ପ୍ରୟାସ । ଗତ ପ୍ରଧାନମନ୍ତ୍ରୀ ମୋଦି ନିଜେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇ ଯୁଦ୍ଧ ଛାଡ଼ି ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ।

ସେପଟେ ୟୁକ୍ରେନରେ ଏଭଳି ପରିସ୍ଥିତିରେ ଫସି ରହିଛନ୍ତି ସହ ସହ ଭାରତୀୟ । ସେମାନଙ୍କ ମଧ୍ୟରେ ଅନେକ ଓଡ଼ିଆ ମଧ୍ୟ ଫସିରହିଛନ୍ତି । ଆଉ ଏହି ପ୍ରସଙ୍ଗରେ ତଥା ଓଡ଼ିଶା ଲୋକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଚେଷ୍ଟା କରିଛନ୍ତି । ଏହା ସହ ରାଜ୍ୟ ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ରାଜ୍ୟ ସରକାର ।

ଯାହାକୁ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଦେଶିକ ମନ୍ତ୍ରୀଙ୍କ ସହ ୟୁକ୍ରେନରେ ଫସିଥିବା ଓଡ଼ିଶା ଲୋକଙ୍କୁ ଉଦ୍ଧାର କରିବା ନେଇ ଆଲୋଚନା କରିଛନ୍ତି । ଆଲୋଚନାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରିଥିବା ନେଇ କହିଛନ୍ତି ଜୟଶଙ୍କର । ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.