fbpx
BJD SKY
BJD SKY

ସାଇଲେଣ୍ଟ ଆଟାକରେ ଚାଲିଗଲା ୨ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ, ବୁଲା କୁକୁରଙ୍କ ଝଗଡା ହେଲା କାଳ

BJD

ଚଣ୍ଡୀଗଡ: ରାଜ୍ୟର ମନି ମାଜରା ଅଞ୍ଚଳରେ ବୁଲା କୁକୁର ଆତଙ୍କରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଏକ ନିରୀହ ଶିଶୁର ଜୀବନ ଚାଲିଯାଇଛି । ପିଲାଟି କୁକୁରଙ୍କୁ ଦେଖି ଏତେମାତ୍ରାରେ ଡରି ଯାଇଥିଲା ଯେ, ତାକୁ ସାଇଲେଣ୍ଟ ଆଟାକ୍ ଆସିଥିଲା ଓ ତା’ର ମୃତ୍ୟୁ ହୋଇଯାଇଥିଲା ।

ଜସମିନ୍ ନାମକ ଏହି ଶିଶୁଟି ସ୍କୁଲରୁ ଆସି ପାର୍କରେ ଖେଳୁଥିଲା । ଏହି ସମୟରେ କିଛି ବୁଲା କୁକୁର ପରସ୍ପର ମଧ୍ୟରେ କାମୁଡା କାମୁଡି ହୋଇ ତା’ ପାଖକୁ ଚାଲି ଆସିଥିଲେ ଓ ଅଚାନକ ତା’ର ଗୋଡ ଉପରେ ପଡିଯାଇଥିଲେ । ଏହି କାରଣରୁ ପିଲାଟି ଏତେମାତ୍ରାରେ ଡରିଗଲା କି ତାକୁ ସାଇଲେଣ୍ଟ ଆଟାକ୍ ଆସିଗଲା ।

ଘଟଣାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କି ଶିଶୁଟି ଏତେମାତ୍ରାରେ ଡରି ଯାଇଥିଲା କି ତାହାର ପଲ୍ସ ରେଟ୍ ପୁରା ବନ୍ଦ ହୋଇଯାଇଥିଲା । ତାକୁ ହସ୍ପିଟାଲ ନିଆଯିବା ପୂର୍ବରୁ ତା’ର ମୃତ୍ୟୁ ହୋଇସାରିଥିଲା । ଜସମିନ୍ ଚଣ୍ଡୀଗଡର ସେକ୍ଟର ୧୯ ସ୍ଥିତ ଭାଟିକା ପବ୍ଲିକ୍ ସ୍କୁଲ ୨ୟ ଶ୍ରେଣୀର ଛାତ୍ରୀ ଥିଲା । ଘଟଣା ପରେ ଅଞ୍ଚଳରେ ବୁଲା କୁକୁରଙ୍କୁ ନେଇ ଆତଙ୍କ ଖେଳିଯାଇଛି ।

Get real time updates directly on you device, subscribe now.