fbpx

ମାସ୍କ, RTPCR ଟେଷ୍ଟ…. ପୁଣିଥରେ ଫେରିବ କି କରୋନା ଗାଇଡଲାଇନ? ସରକାରଙ୍କ ପ୍ଲାନ କ’ଣ?

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ମହାମାରୀକୁ ନେଇ ଚିନ୍ତା ବଢିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ କେନ୍ଦ୍ର ସରକାର ମଧ୍ୟ କରୋନା ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦେଇ ସାରିଛନ୍ତି । ତେଣୁ ଅଧିକ କୋଭିଡ ମାମଲା ମିଳୁଥିବା ବିଭିନ୍ନ ରାଜ୍ୟରେ ଟେଷ୍ଟିଂ ବଢାଇବା ସହ ଆବଶ୍ୟକୀୟ ସତର୍କତା ମଧ୍ୟ ଅବଲମ୍ବନ କରାଯାଉଛି । ତେବେ ଶୀତ ଦିନରେ କରୋନା ସଂକ୍ରମଣ ବଢିବ ନିଶ୍ଚୟ । ସାଧାରଣତଃ ଥଣ୍ଡା, କାଶ ଇତ୍ୟାଦିର ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମିତମାନଙ୍କୁ ଗମ୍ଭୀର ସମସ୍ୟା ହୋଇନାହିଁ । ଲୋକମାନେ ହୋମ୍ ଆଇସୋଲେସନରେ ରହି ମଧ୍ୟ ସୁସ୍ଥ ହୋଇ ପାରୁଛନ୍ତି ।

ତେବେ କିଛି ଦିନରୁ ବଢୁତିବା ସଂକ୍ରମଣ ଏବଂ ମୃତ୍ୟୁହାର ଚିନ୍ତାର ବିଷୟ ପାଲଟିଛି । ଗତ ୨-୩ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡରୁ ଜାଣିବାକୁ ମିଳିଛି । ଆସନ୍ତା ଦିନରେ କ୍ରିସମାସ ଏବଂ ନୂଆବର୍ଷ ରହୁଥିବାରୁ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ସରକାରଙ୍କ ତରପରୁ ଆଜି ପର୍ଯ୍ୟନ୍ତ କରୋନାର ତୃତୀୟ ଡୋଜ୍ ବା ବିଦେଶ ଯାତ୍ରା ଉପରେ କୌଣସି କଟକଣା ଲାଗୁ ହୋଇନାହିଁ । ଏପରିକି ଦେଶରେ ମାସ୍କ ଲଗାଇବା ପାଇଁ ମଧ୍ୟ ବାଧ୍ୟତାମୂଳକ ବୋଲି ଘୋଷଣା କରି ନାହାନ୍ତି ସରକାର । କରୋନାର ଜେ.ଏନ.୧ ଭାରିଆଣ୍ଟ ଭୟ ବଢାଇଥିଲେ ମଧ୍ୟ ଏହାର ଗମ୍ଭୀର ରୋଗ ସୃଷ୍ଟି କରିବା କ୍ଷମତା କମ୍ ହୋଇଯାଇଛି ।

କ’ଣ ରହିଛି ସରକାରଙ୍କ ପ୍ଲାନ?

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ, ଦେଶର ଏୟାରପୋର୍ଟ ଗୁଡ଼ିକରେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରିବା ନେଇ କୌଣସି ସମ୍ଭାବନା ନାହିଁ । କିଛିଟା ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେଣୁ ଏବେ ମାସ୍କ ଲଗାଇବା ମଧ୍ୟ ଆବଶ୍ୟକ ପଡ଼ି ନାହିଁ । ଏହାବ୍ୟତୀତ ସରକାରଙ୍କ ତରପରୁ ଭ୍ୟାକ୍ସିନେସନକୁ ନେଇ ମଧ୍ୟ ଜୋର୍ ଦିଆ ଯାଇନାହିଁ । ଥଣ୍ଡା ବଢିବା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଯାହା କିଛି ଦିନ ପରେ ଆପେ ଆପେ କମ୍ ହୋଇଯିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.