fbpx

ଅଟୋ ଚାଳକଙ୍କ ବଦାନ୍ୟତା, ମାଗଣାରେ ଯାତ୍ରୀଙ୍କୁ ଟମାଟୋ ଦେଉଥିବା ବେଳେ ପୂର୍ବରୁ ବହୁବାର ମାଗଣାରେ ଯୋଗାଇଛନ୍ତି ଯାତ୍ରୀ ସେବା

Advertisement

ଚଣ୍ଡୀଗଡ:ସାରା ଦେଶରେ ଏବେ ଟମାଟୋର ଦରବୃଦ୍ଧିକୁ ନେଇ ଚର୍ଚ୍ଚା ଜାରି ରହିଛି । ପଞ୍ଜାବ ଓ ହରିୟାଣାର ରାଜଧାନୀ ଚଣ୍ଡୀଗଡରେ ଟମାଟୋ ଦାମ୍ ଏବେ ୨୫୦ରୁ ୩୦୦ଟଙ୍କା ମଧ୍ୟରେ ରହିଛି । ଏପରି ସ୍ଥିତିରେ ଚଣ୍ଡୀଗଡରେ ରହୁଥିବା ଅଟୋ ଚାଳକ ଅନିଲ କୁମାର ଯାତ୍ରୀଙ୍କୁ ମାଗଣାରେ ଟମାଟୋ ଦେବାକୁ ଘୋଷଣା କରିଛନ୍ତି ।

ତେବେ ସେ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି । ସର୍ତ୍ତ ହେଉଛି ତାଙ୍କ ଅଟୋରେ ୫ଥର ଯାତ୍ରା କରିବାକୁ ପଡିବ । ଅନିଲ ଏବେ ଏହାର ଏକ ପୋଷ୍ଟର ଅଟୋ ପଛରେ ଲଗାଇ ଚାରିଆଡେ ଯାଉଛନ୍ତି । ଅନିଲ ଅଟୋ ସଂଘର ସଭାପତି ଅଛନ୍ତି । ଇଣ୍ଟରନେଟ୍ ମିଡିଆରେ ବି ଅନିଲ ଏହି ପୋଷ୍ଟର ସେୟାର କରିଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି । ଏହା ପୂର୍ବରୁ ମଧ୍ୟ ଅନିଲ ଏହିପରି ମାଗଣାରେ ଯାତ୍ରାର ଅଫର ଦେଇ ଚର୍ଚ୍ଚାକୁ ଆସିଥିଲେ । ପୁଲୱାମା ଆକ୍ରମଣରେ ଏୟାରଷ୍ଟ୍ରାଇକ୍ କରି ଭାରତୀୟ ବାୟୁସେନା ସକୁଶଳ ଭାରତ ଫେରିବା ପରେ ଅନିଲ କୁମାର ଗୋଟେ ମାସ ଲାଗି ସହରବାସୀଙ୍କୁ ମାଗଣାରେ ଯାତାୟତ ସେବା ଯୋଗାଇଥିଲେ ।

କେବଳ ଏତିକି ନୁହେଁ ଅଟୋ ଚାଳକ ଅନିଲ କୁମାର ସହରର ଗରିବ ଗର୍ଭବତୀ ମହିଳା ଓ ସଡକ ଦୁର୍ଘଟଣା ପୀଡିତଙ୍କୁ ମାଗଣାରେ ହସ୍ପିଟାଲରେ ଭର୍ତ୍ତି କରାଇଥାନ୍ତି । ଅନିଲଙ୍କ ଏପରି କାର୍ଯ୍ୟ ଲାଗି ତାଙ୍କୁ ଚଣ୍ଡୀଗଡ ପୋଲିସ ପକ୍ଷରୁ ସାର୍ଟିଫିକେଟ୍ ଓ ଆୱାର୍ଡ ମଧ୍ୟ ମିଳି ସାରିଛି ।

Get real time updates directly on you device, subscribe now.