fbpx
BJD SKY
BJD SKY

ମହାରାଷ୍ଟ୍ରରେ କିଏ ଗଢିବ ସରକାର, କେଉଁ ଦଳକୁ ମିଳିବ କେତେ ସିଟ୍, ସର୍ଭେରୁ ଖୁଲାସା

BJD

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଛକାପଞ୍ଝା ଲାଗିରହିଛି । ଶିବସେନା ଓ ନ୍ୟାସନାଲିଟି କଂଗ୍ରେସ ପାର୍ଟୀ ଭିତରେ ଫାଟ ସୃଷ୍ଟି ହେବା ପରେ କଂଗ୍ରେସ ବିଷୟରେ ମଧ୍ୟ ଆଲୋଚନା ହେଉଛି । ନିକଟରେ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ସହ ରାଜ୍ୟର ନେତାମାନଙ୍କ ମଧ୍ୟରେ ଏକ ବୈଠକ ବସିଥିଲା। ତେବେ ମହାରଷ୍ଟ୍ରରେ ୨୦୨୪ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଗାମୀ ନିର୍ବାଚନକୁ ନେଇ ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ, ମହାବିକାଶ ଅଘାଡି (ଏମଭିଏ) ଦଳ ସରକାର ଗଠନ ଠାରୁ ବହୁ ଦୂରରେ ଅଛି ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ଏକାଠି ନିର୍ବାଚନ ଲଢିଥିଲେ,  କିନ୍ତୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ପରେ ଉଭୟ ଅଲଗା ହୋଇଯାଇଥିଲେ । ଏହାପରେ ଶିବସେନା, କଂଗ୍ରେସ ଓ ଏନସିି ସହ ହାତ ମେଳାଇ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ। ତେବେ ଗତ ବର୍ଷ ଶିବସେନାର ଏକନାଥ ସିନ୍ଦେଙ୍କ ସହ ଦଳର ୪୦ ବିଧାୟକ ବିଜେପି ସହ ହାତ ମିଳିଇବାରୁ ଏମଭିଏ ସରକାର ଭାଙ୍ଗିଯାଇଥିଲା । ଏହାପରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ କରାଯାଇଥିବା ସର୍ଭେ ଅନୁସାରେ ଏକନାଥ ସିନ୍ଦେଙ୍କ ଶିବସେନା ଓ ବିଜେପି ପୁଣିଥରେ ସରକାର ଗଠନ କରିପାରନ୍ତି ଏବଂ ୧୫୦ରୁ ଅଧିକ ଆସନରେ ବିଜୟ ହାସଲ କରିବା ନେଇ ଅନୁମାନ କରାଯାଉଛି ।

ତେବେ ସର୍ଭେ ମୁତାବକ ବିଜେପି ଓ ଶିବସେନାକୁ ମହାରଷ୍ଟ୍ର ନିର୍ବାଚନରେ ୧୬୫ରୁ ୧୮୫ଟି ଆସନ ମିଳିପାରେ। ସେହିପରି ଏମଭିଏ ମାତ୍ର ୮୮ରୁ ୧୧୮ ଆସନରେ ବିଜୟ ହାସଲ କରିପାରେ । ତେବେ ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ଟି ଆସନ ଅଛି । ଏବଂ ସରକାର ଗଠନ କରିବା ପାଇଁ ୧୪୫ଟି ଆସନ ଦରକାର ।

ସର୍ଭେ ଅନୁସାରେ, ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନାକୁ ୨ରୁ ୫ଟି ଆସନ ମିଳିପାରେ ଓ ଅନ୍ୟ ଦଳ ଗୁଡିକ ୨୨-୨୮ଟି ଆସନରେ ଜିତି ପାରନ୍ତି । ତେବେ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୧୬୪ଟି ଆସନରେ ଲଢିଥିଲା, ସେଥିରୁ ୧୦୫ଟି ଆସନ ଜିତିଥିଲା । ସେହିପରି ଶିବସେନା ୧୨୬ଟି ଆସନରେ ଲଢି ୫୬ଟି ଆସନ ଅକ୍ତିଆର କରିଥିଲା ।ଏହା ସହ ଏନସିିପିକୁ ୫୪, କଂଗ୍ରେସକୁ୪୪ ଓ ଅନ୍ୟ ଦଳଗୁଡିକୁ ୨୯ଟି ଆସନ ମିଳିଥିଲା ।

Get real time updates directly on you device, subscribe now.