fbpx

ଯୁବପିଢିଙ୍କ ପାଇଁ ଖୁସି ଖବର : ରାଜ୍ୟ ସରକାର ପୂରଣ କରିବେ ୯୦୨ ପଦବୀ

ଭୁବନେଶ୍ୱର : ଆମ ରାଜ୍ୟରେ ବେକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ଯୁବପିଢିଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୯୦୨ଟି ପଦବୀ ପୂରଣ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଏହି ସବୁ ପଦବୀ ରାଜ୍ୟରେ ୧୦୬ଟି ଉଚ୍ଚ ବିଦ୍ୟାଳୟ ପାଇଂ ଉଦ୍ଦିଷ୍ଟ ରହିଛି ।

ପଦବୀ ବିବରଣୀ :୯୦୨
ପୋଷ୍ଟ ଗ୍ରାଜୁଏଟ ଟିଚର : ୬୪୨
ଲାବ୍ରୋଟୋରୀ ଆସିଷ୍ଟାଣ୍ଡ : ୨୪
ଲାବ୍ରୋଟୋରୀ ଆଟେଣ୍ଡାଣ୍ଟ : ୨୪
ଆସିଷ୍ଟାଣ୍ଡ ଲାଇବ୍ରେରିୟାନ : ୧୦୬
ଜୁନିୟର କ୍ଲର୍କ : ୧୦୬

ଚଳିତ ବର୍ଷ ସରକାର ୧୦୬ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି । ତେବେ ଏହି ସବୁ ବିଦ୍ୟାଳୟ ଗୁଡ଼ିକରେ +୨ ଖୋଲାଯାଇଛି । ଦଶମ ପଢିସାରିବା ପରେ ଛାତ୍ରଛାତ୍ରୀ ମାନେ ନିଜ ବିଦ୍ୟାଳୟରେ ହିଁ +୨ ପଢିପାରିବେ । ଏହି ମାନଙ୍କ ଶିକ୍ଷାଦାନ ପାଇଁ ସରକାର ନୂତନ ଶିକ୍ଷା ପଦବୀ ସୃଷ୍ଟିକରିଛନ୍ତି ।

ସେହିପରି ପ୍ରତି ଉନ୍ନତୀ ମାଧ୍ୟମିକ ବିଦ୍ୟାଳୟରେ ଅଫିସ କାର୍ଯ୍ୟ, ଲାବ ସୁପରିଚାଳନ ଓ ପାଠାଗାର ପରିଚାଳନା ପାଇଂ ମଦ୍‌ୟ ସରକାରଙ୍କ ପକ୍ଷରୁ ପଦବୀ ସୃଷ୍ଟି କରାଯାଇଛି, ଏହା ସହିତ ଅଣ ଶିକ୍ଷକ ପଦବୀ ଗୁଡିକୁ ନିଯୁକ୍ତି ଦେବା ପାଇଁ ମଞ୍ଜୁର ଦେଇଛନ୍ତି ।

Get real time updates directly on you device, subscribe now.