fbpx
BJD SKY
BJD SKY

ଏହି ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ପ୍ଲେସମେଣ୍ଟ ଚଳିତ ବର୍ଷ ଶିଖର ଛୁଇଁଛିି, ସର୍ବାଧିକ ରାଷ୍ଟ୍ରୀୟ ପ୍ୟାକେଜ୍ ୫୪.୭୫ ଲକ୍ଷ ଓ ଅନ୍ତଃରାଷ୍ଟ୍ରୀୟ ପ୍ୟାକେଜ ୧.୭ କୋଟି

BJD

ନୂଆଦିଲ୍ଲୀ: ଚଣ୍ଡୀଗଡ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ପ୍ଲେସମେଣ୍ଟ ଚଳିତ ବର୍ଷ ଶିଖର ଛୁଇଁଛି । ଭାରତର ଶୀର୍ଷ କମ୍ପାନୀ ପୁଣି ଥରେ ବିଶିଷ୍ଟ ତଥା ଯୋଗ୍ୟ ପ୍ରତିଭାଙ୍କ ସନ୍ଧାନରେ ଚଣ୍ଡୀଗଡ ୟୁନିଭରସିଟିକୁ ଆସି ୟୁନିଭରସିଟିର ୨୦୨୩ ବ୍ୟାଚ୍‌ର ଛାତ୍ରଙ୍କ ଲାଗି ୯୧୨୪ ପ୍ଲେସମେଣ୍ଟ ଅଫର କରିଛନ୍ତି, ଯାହା ଭାରତରେ ସର୍ବାଧିକ । ଏହି ବିଶ୍ୱବିଦ୍ୟାଳୟର ଏକାଡେମିକ କ୍ଷେତ୍ରରେ ନୂଆ ନୂଆ ଉତ୍କୃଷ୍ଟତା ଓ ପ୍ରତିବଦ୍ଧତା କାରଣରୁ ପ୍ଲେସମେଣ୍ଟ ସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି ।

ବିଶ୍ୱବିଦ୍ୟାଳୟ ଶିକ୍ଷା ଜଗତ ଓ ଉଦ୍ୟୋଗ ମଧ୍ୟରେ ଅସାଧାରଣ ସମ୍ବନ୍ଧ ମାଧ୍ୟମରେ କ୍ୟାମ୍ପସ ପ୍ଲେସମେଣ୍ଟ କ୍ଷେତ୍ରରେ ନୂଆ ମାନକ ସ୍ଥାପିତ କରିଛି ଓ ଛାତ୍ରଛାତ୍ରୀଙ୍କ ଲାଗି ନିଜ ନିଜ ସ୍ୱପ୍ନକୁ ସାକାର କରିବା ଲାଗି ଏକ ବିଶ୍ୱସନୀୟ ମଞ୍ଚ ପାଲଟି ଯାଇଛି ।
୮୫୮ରୁ ଅଧିକ ବହୁରାଷ୍ଟ୍ରୀୟ କମ୍ପାନୀ ଚଣ୍ଡୀଗଡ ୟୁନିଭରସିଟିରେ ପ୍ରତିଭାବାନ ଯୁବକଙ୍କ ଉପରେ ନିଜର ଭରସା ସ୍ଥାପନ କରି ସ୍ନାତକଙ୍କୁ ନିଯୁକ୍ତି ପ୍ରଦାନ କରିବା ଲାଗି ଆସିଛନ୍ତି । ଚଳିତ ବର୍ଷ ଜଣେ ଛାତ୍ରଙ୍କୁ ଏହି ପ୍ଲେସମେଣ୍ଟ ଜରିଆରେ ଦିଆଯିବାକୁ ଥିବା ସର୍ବାଧିକ ରାଷ୍ଟ୍ରୀୟ ପ୍ୟାକେଜ୍ ହେଉଛି ୫୪.୭୫ ଲକ୍ଷ ଟଙ୍କା । ଅନ୍ୟପକ୍ଷରେ ଏହି ପ୍ଲେସମେଣ୍ଟ କ୍ଷେତ୍ରରେ ସର୍ବାଧିକ ଅନ୍ତଃରାଷ୍ଟ୍ରୀୟ ପ୍ୟାକେଜ ହେଉଛି ୧.୭ କୋଟି ଟଙ୍କା । ଏହିପରି ଭାବରେ ୟୁନିଭରସିଟିରେ ଉଚ୍ଚତମ ପ୍ୟାକେଜରେ ୩୦ ପ୍ରତିଶତ ବୃଦ୍ଧି ଘଟିଛି ।

ଛାତ୍ରଙ୍କୁ ଦିଆଯାଇଥିବା ୩୦ରୁ ଅଧିକ ପ୍ୟାକେଜ୍ ୨୦ ଲକ୍ଷ ଟଙ୍କାରୁ ଅଧିକ, ୫୨ ପ୍ରତିଶତ ପ୍ଲେସମେଣ୍ଟ ୧୫ ଲକ୍ଷ ପ୍ୟାକେଜ୍‌ରୁ ଅଧିକ ଓ ୧୦୦ ଛାତ୍ରଙ୍କୁ ୧୦ ଲକ୍ଷ ଓ ଏହାଠାରୁ ଅଧିକ ପ୍ୟାକେଜରେ ନିଯୁକ୍ତି ପ୍ରସ୍ତାବ ମିଳିଛି । ଏହାଛଡା ୩୦୦ରୁ ଅଧିକ ସ୍ନାତକଙ୍କୁ ୫ ଲକ୍ଷ ଟଙ୍କା ଓ ଏହାଠାରୁ ଅଧିକ ଦରମା ପ୍ୟାକେଜରେ ପ୍ଲେସମେଣ୍ଟ ଅଫର ମିଳିଛି । ପ୍ରତି ବର୍ଷ ମାଇକ୍ରୋସଫ୍ଟ, ଆମାଜନ, ୱାଲ୍ଟ ଡିଜୀ, ଆଇବିଏମ୍‌,ଫ୍ଲିପକାର୍ଟ, ଏସଏପି ଲ୍ୟାବସ୍ ପରି ଶୀର୍ଷ କମ୍ପାନୀ ନୂଆ ପ୍ରତିଭାର ଚୟନ ଲାଗି ଚଣ୍ଡୀଗଡ ୟୁନିଭରସିଟି କ୍ୟାମ୍ପସ ଆସିଥାନ୍ତି ।

Get real time updates directly on you device, subscribe now.