fbpx

ଭାରତ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଟିମ୍ ଘୋଷଣା

ନୂଆଦିଲ୍ଲୀ: ଆଜି ଏସିଆ କପର ଫାଇନାଲ ମ୍ୟାଚ ଚାଲିଥିବା ବେଳେ ଆସନ୍ତା ୨୨ ତାରିଖରୁ ଭାରତ ପୁଣି ଏକ ନୂଆ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ । ଭାରତ ବିପକ୍ଷ ତିନି ଦିନିଆ ସିରିଜ ପାଇଁ ଅଷ୍ଟ୍ରେଲିଆର ତା’ର ୧୮ ଜଣିଆ ଦଳ ଘୋଷଣା କରିଛି । ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ । ଆହତ ଜନିତ ସମସ୍ୟା କାରଣରୁ କମିନ୍ସ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ିଥିଲେ ।

ଟିମରେ ଟ୍ରେଭିସ ହେଡଙ୍କୁ ସ୍ଥାନ ମିଳିନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ ଅବସରରେ ତାଙ୍କର ବାମ ହାତ ଭାଙ୍ଗିଯାଇଥିଲା । ତେଣୁ ହେଡଙ୍କ ସ୍ଥାନରେ ମାଟ୍ଟ ଶର୍ଟଙ୍କୁ ଟିମରେ ନିଆଯାଇଛି । ସେହିପରି ବାମହାତୀ ପେସନ ସ୍ପେନସର ଜନସନ ଓ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ମାର୍ଣ୍ଣସ ଲାବୁସ୍କାଙ୍ଗନେଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ଲାଲୁସ୍କାଙ୍ଗନେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶାନଦାର ପ୍ରଦର୍ଶନ କରିଥିଲେ । ଅନ୍ୟପକ୍ଷରେ ଆହତ ଜନିତ କାରଣରୁ ପୂର୍ବ ସିରିଜରୁ ବାଦ ପଡ଼ିଥିବା ତିନି ଖେଳାଳି ଗ୍ଲେନ ମାକ୍ସୱେଲ, ଷ୍ଟିମ ସ୍ମିଥ ଓ ମିଚେଲ ଷ୍ଟାର୍କ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଅଷ୍ଟ୍ରେଲିଆ ଦଳ: ପ୍ୟାଟ କମିନ୍ସ (ଅଧିନାୟକ), ସିଆନ ଆବୋଟ୍ଟ, ଆଲେକ୍ସ କାରେ, ନାଥନ ଏଲିସ, କ୍ୟାମେରନ ଗ୍ରୀନ, ଜୋଶ ହାଜେଲଉଡ, ଜୋଶ ଇଙ୍ଗଲିସ, ସ୍ପେନସର ଜନସନ, ମାର୍ଣ୍ଣସ ଲାବୁସ୍କାଙ୍ଗନେ, ମିଚେଲ ମାର୍ଶ, ଗ୍ଲେନ ମାକ୍ସୱେଲ, ତନବୀର ସାଙ୍ଘା, ମାଟ ଶର୍ଟ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟଇନିସ, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।

Get real time updates directly on you device, subscribe now.