fbpx

ସିରାଜଙ୍କ ଆଗରେ ମୁଣ୍ଡ ନୁଆଁଇଲା ଘରୋଇ ଦଳ: ୫ ଓଭରରେ ଶ୍ରୀଲଙ୍କାର ଖେଳ ଶେଷ

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ସର୍ବଶ୍ରେଷ୍ଠ ଦଳ ଭାରତ ଏବଂ ଶ୍ରୀଲଙ୍କା । କିନ୍ତୁ ଭାରତର ଘାତକ ବୋଲିଂ ଆଗରେ ଶ୍ରୀଲଭ୍କାର ସମସ୍ତ ଖେଳାଳି ଫେଲ ମାରିଛନ୍ତି । ମହମ୍ମଦ ସିରାଜଙ୍କ ଗୋଟିଏ ଓଭର ଶ୍ରୀଲଙ୍କାର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଛି । ଦଳ ତରଫରୁ ଚତୁର୍ଥ ଓଭର ନେଇ ଆସିଥିବା ମହମ୍ମଦ ସିରାଜ ଘରୋଇ ଦଳ ପାଇଁ ମହାବିପଦ ନେଇ ଆସିଥିଲେ । ଏହି ଓଭରରେ ଶ୍ରୀଲଙ୍କାର ୪ ଜଣ ଷ୍ୟାର ଖେଳାଳିଙ୍କୁ ସିରାଜ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ଏହାସହିତ ଗୋଟିଏ ଓଭରରେ ୪ଟି ୱିକେଟ ନେବାରେ ସେ ଭାରତର ପ୍ରଥମ ବୋଲର ହୋଇଛନ୍ତି ଷ୍ଟାର ବୋଲର ମହମ୍ମଦ ସିରାଜ ।

ଏସିଆ କପ୍ ଫାଇନାଲ ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା । କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ଖୁବ ମହଙ୍ଗା ପଡ଼ିଛି । ମାତ୍ର ୫ ଓଭରରେ ୧୭ ରନ୍ ଭିତରେ ଶ୍ରୀଲଙ୍କା ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଛି । ପ୍ରଥମ ଓଭରର ତୃତୀୟ ବଲରେ କୁସଲ ପେରେରାଙ୍କ ୱିକେଟ ନେଇ ଜଶପ୍ରୀତ ବୁମରାହ ଶ୍ରୀଲଙ୍କାକୁ ପ୍ରଥମ ଝଟକା ଦେଇଥିବା ବେଳେ ଚତୁର୍ଥ ଓଭରରେ ମହମ୍ମଦ ସିରାଜ ଘାତକ ବୋଲିଂ କରିଛନ୍ତି । ଏହି ଗୋଟିଏ ଓଭରରେ ଶ୍ରୀଲଙ୍କା ଏକାସାଙ୍ଗରେ ୪ ଜଣ ଖେଳାଳିଙ୍କୁ ହରାଇଛି । ଚତୁର୍ଥ ଓଭରର ପ୍ରଥମ ବଲରେ ପଥୁମ ନିଶଙ୍କାଙ୍କୁ ଜାଡେଜାଙ୍କ ହାତରେ କ୍ୟାଚ କରାଇ ପାଭିଲିୟନ ପଠାଇଥିଲେ ସିରାଜ । ଏହାପରେ ଘରାଇ ଦଳର ୱିକେଟ ଝଡ଼ି ଲାଗି ଯାଇଛନ୍ତି । ଏହି ଓଭରର ତୃତୀୟ ବଲରେ ସଦୀରା ସମରବିକ୍ରମା ଏଲବିଡବ୍ଲୁ ହୋଇ ପାଭିଲିୟନ ଫେରିଥିଲେ ।

ତେବେ ସିରାଜଙ୍କ ବାଣ ଏହାପରେ ବି ଅଟକି ନଥିଲା, ଚରିଥ୍ ଅଶଲଙ୍କା ମଧ୍ୟ ସିରାଜଙ୍କ ଏହି ଘାତକ ବଲର ଶିକାର ହୋଇଥିଲେ ନିଜର ପ୍ରଥମ ବଲରେ । ଇଶାନ କିଶାନଙ୍କୁ କ୍ୟାଚ ଦେଇ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ ଅଶଲଙ୍କା । ଏହାପରେ ଓଭରର ଶେଷ ଓଭରରେ ଧନଞ୍ଜୟ ଡି ସିଲଭା ମଧ୍ୟ କେ.ଏଲ ରାହୁଲଙ୍କ ହାତରେ କ୍ୟାଚ ହୋଇ ନିଜ ୱିକେଟ ହରାଇଛନ୍ତି । ମାତ୍ର ୧୨ ରନରେ ୫ଟି ହରାଇଥିବା ବେଳେ ଅଧିନାୟକ ଦାସୁନ ଶନାକାଙ୍କ ବ୍ୟାଟରୁ ବଡ଼ ପାଳିର ଆଶା ରଖିଥିବା ବେଳେ ସେ ମଧ୍ୟ ଷଷ୍ଠ ଓଭରର ଚତୁର୍ଥ ବଲରେ ସିରାଜଙ୍କ ଶିକାର ପାଲଟିଛନ୍ତି । ତେବେ ସିରାଜ ଗୋଟିଏ ଓଭରରେ ୪ଟି ୱିକେଟ ହାସଲ କରିଥିବା ପ୍ରଥମ ଭାରତୀୟ ବୋଲର ପାଲଟିଛନ୍ତି ।

୬ଟି ମୂଲ୍ୟବାନ ୱିକେଟ ହରାଇବା ପରେ ୱିକେଟ କିପର ବ୍ୟାଟ୍ସମ୍ୟାନ କୁସଲ ମେଣ୍ଡିସ ଏବଂ ଦୁନିଥ ୱେଲାଲାଗେ ଶ୍ରୀଲଙ୍କା ପାଳିକୁ ସମ୍ଭାଳିବାକୁ ଚେଷ୍ଟା କରିଛନ୍ତି । ତେବେ ୧୧ ଓଭର ଶେଷ ସୁଦ୍ଧା ମାତ୍ର ୩୩ ରନ କରି ୬ଟି ୱିକେଟ ହରାଇଛି ଘରୋଇ ଦଳ । ଏହାସହିତ ଫାଇନାଲ ଆଶା ମଧ୍ୟ ଧିରେ ଧିରେ ମଉଳି ଯାଇଥିବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.