fbpx
BJD SKY
BJD SKY

ବିଶ୍ୱକର୍ମା ପୋର୍ଟାଲ ସହ ଡାକ ଟିକେଟ ଜାରି କଲେ ପ୍ରଧାନମନ୍ତ୍ରୀ: ଜନ୍ମଦିନରେ ଉପହାର ଦେଲେ ମୋଦୀ

BJD

ନୂଆଦିଲ୍ଲୀ: ଆଜି ପବିତ୍ର ବିଶ୍ୱକର୍ମା ପୂଜା ସାରା ଦେଶରେ ପାଳନ କରାଯାଉଛି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସରେ ଦେଶବାସୀଙ୍କ ଖୁସି ଡବଲ ହୋଇଯାଇଛି । ତେବେ ଏହି ଖୁସିକୁ ଆହୁରି ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ‘ପିଏମ-ବିଶ୍ୱକର୍ମା ଯୋଜନା’ ଲଞ୍ଚ କରିଛନ୍ତି । ବର୍ତ୍ତମାନ ଏହି ଯୋଜନା ନିମନ୍ତେ ବିଶ୍ୱକର୍ମା ପୋର୍ଟାଲ ଏବଂ ଡାକ ଟିକେଟ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ କୋøଳିକ ବୃ୍ତ୍ତିଧାରୀଙ୍କ ବିକାଶ ପାଇଁ ସୁବିଧା ଯୋଗାଇ ଦିଆଯିବ । ମୋଟ ୧୮ଟି ବର୍ଗର ମୌଳିକ ବୃତ୍ତିଧାରୀଙ୍କୁ ଏହି ସୁବିଧା ମିଳିପାରିବ । ଏଥିପାଇଁ ବୃତ୍ତିଧାରୀମାନଙ୍କୁ ପ୍ରମାଣ ପତ୍ର ଯୋଗାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏହି ଯୋଜନା ପାଇଁ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ ଓଡ଼ିଆ ପୁଅ ପୁରୀର ବସନ୍ତ କୁମାର ରଣାଙ୍କୁ ପ୍ରମାଣପତ୍ର ଦେଇଛନ୍ତି । ମହାପ୍ରଭୁଙ୍କ ଟାହିଆ ଓ ଫୁଲମାଳ ତିଆରି କରୁଥିବା ବସନ୍ତଙ୍କୁ ଏହି ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟରେ ସମସ୍ତଙ୍କୁ ଉଦବୋଧନ ଦେଇଛନ୍ତି ପି.ଏମ୍ ମୋଦୀ । ଏହି ଦିନ ପାରମ୍ପରିକ କାରିଗର ଏବଂ ଶିଳ୍ପୀକାରମାନଙ୍କ ପାଇଁ ସମର୍ପିତ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି । ଏହାସହିତ ବିଶ୍ୱକର୍ମା ଯୋଜନା ଏକ ନୂଆ ଆଶାର ନୂଆ କିରଣ ସାଜିପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଆସନ୍ତା ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶିଳ୍ପୀଙ୍କ ପାଇଁ ଏହି ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ କଳାକାରମାନଙ୍କୁ ପିଏମ ବିଶ୍ୱକର୍ମା ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ । ଏହି ଶ୍ଳୀମାନଙ୍କୁ ପ୍ରମାଣପତ୍ର ସହ ଆଇଡି କାର୍ଡ ମଧ୍ୟ ପ୍ରଦାନ କରାଯିବ ।

Get real time updates directly on you device, subscribe now.