fbpx

ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେବ ୪୨ ଲକ୍ଷ: କଠିନ ପରିଶ୍ରମର ଉପହାର ଘୋଷଣା କଲେ ଜୟ ଶାହ

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆଜି ଶେଷ ପାଦରେ ପହଞ୍ଚିଛି । ଫାଇନାଲ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଛି । କିନ୍ତୁ ଏହି ମ୍ୟାଚ ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ଫାଇନାଲ କେଳାଯିବାକୁ ନେଇ ମଧ୍ୟ ଆଶଙ୍କା ଦେଖା ଦେଇଥିଲା । ତେବେ ଗ୍ରାଉଣ୍ଡ ଷ୍ଟାଫମାନଙ୍କ କଠିନ ପରିଶ୍ରମ ବଳରେ ଏହି ଅନୁଷ୍ଠିତ ହେବାରେ ସଫଳ ହୋଇଛି । ତେବେ ଶ୍ରୀଲଙ୍କାର ଗ୍ରାଉଣ୍ଡ ଷ୍ଟାଫମାନଙ୍କ ଅତୁଳନୀୟ ପରିଶ୍ରମକୁ ଦୃଷ୍ଟିରେ ରଖି ବିସିସିଆଇ ଅଧ୍ୟକ୍ଷ ଜୟ ଶାହ ସେମାନଙ୍କୁ ଏକ ଉପହାର ଗୋଷଣା କରିଛନ୍ତି । ସେମାନଙ୍କ ପରିଶ୍ରମ ବଦଳରେ ୪୨ ଲକ୍ଷ ଟଙ୍କାର କ୍ୟାସ ପ୍ରାଇଜ ଦେବା ପାଇଁ ଘୋଷଣା କରିଛନ୍ତି ଜୟ ଶାହ ।

କେବଳ ଫାଇନାଲ ମ୍ୟାଚ ନୁହେଁ, ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ଏସିଆ କପ-୨୦୨୩ର ପ୍ରାୟତଃ ସବୁ ମ୍ୟାଚ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି । ତେଣୁ ଭାରତ-ପାକିସ୍ତାନ ମ୍ୟାଚ ରଦ୍ଦ ହେବା ସହ ଅନେକ ମ୍ୟାଚ ଡିଏଲ ମେଥଡରେ ଖେଳାଯାଇଛି । ତେବେ ପ୍ରତ୍ୟେକ ମ୍ୟାଚକୁ ସମ୍ଭବ କରିବା ପାଇଁ ଭରପୂର ଚେଷ୍ଟା ଜାରି ରଖିଛନ୍ତି ଶ୍ରୀଲଙ୍କାର ଗ୍ରାଉଣ୍ଡଷ୍ଟାଫ । ତେଣୁ ତାଙ୍କର ଅକ୍ଳାନ୍ତ ପରିଶ୍ରମ ଏବଂ ଚେଷ୍ଟା ପାଇଁ ଏସିଆ କପ୍ ସମ୍ଭବ ହୋଇପାରିଛି । ତେଣୁ ତାଙ୍କର ଏହି ପରିଶ୍ରମକୁ ସଲାମ କରିଛନ୍ତି ବିସିସିଆଇ ସେକ୍ରେଟାରୀ ତଥା ଏସିଆନ୍ କ୍ରିକେଟ କାଉନ୍ସିଲ ପ୍ରେସିଡେଣ୍ଟ ଜୟ ଶାହ । ଶ୍ରୀଲଙ୍କାର ଗ୍ରାଉଣ୍ଡଷ୍ଟାଫମାନଙ୍କୁ ୪୨ ଲକ୍ଷ ଟଙ୍କାର କ୍ୟାସ ପ୍ରାଇଜ ଦେବା ପାଇଁ ଜୟ ଶାହ ଘୋଷଣା କରିଛନ୍ତି ।

ଏହାପୂର୍ବରୁ ଗ୍ରାଉଣ୍ଡଷ୍ଟାଫଙ୍କ ପରିଶ୍ରମରେ ଖୁସି ହୋଇ ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ସେମାନଙ୍କୁ ପ୍ରଶଂସା କରିଥିଲେ । ଏହାସହିତ ଗୋଟିଏ ମ୍ୟାଚର ସମସ୍ତ ଟଙ୍କା ପୁରସ୍କାର ଭାବରେ ପ୍ରଦାନ କରିଥିଲେ । ତେବେ ଆଜିର ଫାଇନାଲ ମ୍ୟାଚରେ ଘରୋଇ ଦଳ ଶ୍ରୀଲଙ୍କା ମାତ୍ର ୫୦ ରନରେ ଅଲଆଉଟ ହୋଇ ଯାଇଥିବା ବେଳେ ଭାରତକୁ ମାତ୍ର ୫୧ ରନର ବିଜୟ ଲକ୍ଷ ଦେଇଛି ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କା ।

Get real time updates directly on you device, subscribe now.