fbpx
BJD SKY
BJD SKY

ସରୋଦ ବାଦକ ବଜାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା ୬ ବର୍ଷର ଶିଶୁ, ଭିଡିଓ ଦେଖିଲେ ଆପଣ ମଧ୍ୟ କରିବେ ପ୍ରଶଂସା

BJD

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୭୩ତମ ଜନ୍ମ ଦିନ । ଏଥି ପାଇଁ ଆଜି ତାଙ୍କୁ ସାରା ଦେଶ ଶୁଭେଚ୍ଛା ଜଣାଉନ୍ତି । ଲୋକମାନେ ସୋସିଆଲ ମିଡିଆରେ ଲେଖିକି ଭିଡିଓ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଏକ ଛୋଟ ଶିଶୁ ଛୋଟ ସରୋଦ ବଜାଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଲାଟି ସରୋଦ ବଜାଇ କହୁଛି “ହାପି ବାର୍ଥଡେ ମୋଦୀଜୀ, ଆମ ଦେଶକୁ ଆଗକୁ ନେଇଯାନ୍ତୁ ।” ଏହି ପିଲାଟିର ନାମ ହେଉଛି ଯଶୋଜିତ ମୁଖାର୍ଜୀ । ତାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ଲୋକମାନେ ଖୁବ ପସନ୍ଦ କରିଛନ୍ତି ।

ଅନେକ ଲୋକ ପ୍ରଧାନମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ପ୍ରଣାଳୀରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଲକ୍ଷେ୍ନøର ସୁନୀଲ ତ୍ରିବେଦୀ ନାମକ ଜଣେ ବ୍ୟକ୍ତି ୧୯୦୦ ପୃଷ୍ଠାରେ ୧.୨୫ ଲକ୍ଷ ଥର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ଲେଖିଛନ୍ତି । ଓଡିଶାର କଟକର ଦୀପକ ବିଶ୍ୱାଲ ପ୍ରଧାନମନ୍ତ୍ରୀଙ୍କର ଏକ ଖାସ ସ୍ମୋକ ପେଟିଙ୍ଗ କରିଛନ୍ତି । ଅହମଦାବାଦର କିଛି ପିଲାମାନେ କ୍ରୃଜରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ କରିଥିଲେ । ଏହା ଛଡା ଲକ୍ଷେ୍ନøର କିଛି ଭିନ୍ନକ୍ଷମ ଲୋକମାନେ ୧.୨୫ କିଲୋମିଟରର ଏକ କାର୍ଡ ପ୍ରସ୍ତୁତ କରିଛନ୍ତି । ଅନ୍ୟ ଏକ ସ୍ଥାନରୁ ଏହା ଖବର ଆସିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲୋମାନେ କ୍ଷୀରରେ ଅଭିଶେକ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମଧ୍ୟ ରିଟର୍ନ ଗିଫ୍ଟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦ୍ୱାରିକାରେ ଥିବା ‘ଯଶଭୂମି’ କୁହାଯାଉଥିବା ‘ଇଣ୍ଟରନ୍ୟସନାଲ କନେଭେସନ ଆଣ୍ଡ ଏକ୍ସପୋ ସେଣ୍ଟର’ର ଉଦଘାଟନ କରିଛନ୍ତି । ଏହାକୁ ୫୪୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଛି । ଏହି କନଭେସନ ସେଣ୍ଟରରେ ଅନେକ ହଲ ଅଛି ।

Get real time updates directly on you device, subscribe now.