fbpx

ହୃଦଘାତରେ ଥାନା ଅଧିକାରୀଙ୍କ ମୃତ୍ୟୁ, ୨୩ ଦିନ ପୂର୍ବରୁ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଯୋଗ ଦେଇଥିଲେ

କୋଣାର୍କ (ଭାସ୍କର ନ୍ୟୁଜ୍‌): କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଥାନା ଅଧିକାରୀ ଭାବେ ୨୩ ଦିନ ହେବ ଯୋଗ ଦେଇଥିବା ବଂଶୀଧର ବେହେରାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ ବଂଶୀଧର ବେହେରା ଗତ ୨୩ଦିନ ତଳେ ଥାନା ଅଧିକାରୀ ଭାବେ ଯୋଗଦାନ କରିଥିଲେ । ଗତ କିଛିଦିନ ହେବ ଅସୁସ୍ଥତା କାରଣରୁ ତାଙ୍କ ପରିବାର ସଦସ୍ୟ ମାନଙ୍କ ପକ୍ଷରୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ଚିକିତ୍ସାଧିନ ଅବସ୍ଥାରେ ଭୋର ୬ଟା ସମୟରେ ଥାନା ଅଧିକାରୀ ବଂଶୀଧର ବେହେରାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁରେ କୋଣାର୍କ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.